ବ୍ରହ୍ମପୁର, ୧୯/୦୭/୨୦୨୦:
ଏକ ଦୁଃଖଦ ଘଟଣା କ୍ରମରେ କରୋନା ସଂକ୍ରମଣ ଜନିତ ଚିକିତ୍ସା ପାଇଁ ସିତଲାପଲ୍ଲି ସରକାରୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପୁଡ଼ାମାରି ଚୈତନ୍ୟ ବିଦ୍ୟାପୀଠ ପୂର୍ବତନ ଶିକ୍ଷକ ,ବିଶିଷ୍ଟ ସମାଜ ସେବୀ , ପୁଡ଼ାମାରି କଲ୍ୟାଣ ସମିତି ସଭାପତି ଶ୍ରୀ ପ୍ରଭାକର ସାହୁଙ୍କ ନିଧନ ଘଟିଅଛି ।
ଜଣେ ଛାତ୍ରବତ୍ସଳ ,ପରୋପକାରୀ , ପରିବେଶ ପ୍ରେମୀ ଭାବରେ ଗାଁ ବିକାଶକୁ ତ୍ବରାନ୍ବିତ ପାଇଁ ଗଠିତ କଲ୍ୟାଣ ସମିତିର ସଭାପତି ଥିବା ସ୍ବର୍ଗତ ସାହୁ ସାରଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ନିଜ କର୍ମଭୂମିରେ ସୃଷ୍ଟ ସଚେତନା ବୁଦ୍ଧିଜୀବୀ ହତବାକ ହୋଇଥିବା ଲକ୍ଷ କରାଯାଇଛି ।
ଚୈତନ୍ୟ ବିଦ୍ୟାପୀଠରେ ନିଜ କର୍ମମୟ ଜୀବନ ଆରମ୍ଭ କରି ଅବସର ନେଇଥିବା ସ୍ବର୍ଗତ ସାହୁ ସମ୍ପ୍ରତି ପୁଡ଼ାମାରିରେ ରହୁଥିବା ସହ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥିଲେ। ଏକମାତ୍ର ପୁଅ ଅଧୁନା ସୁଦୂର ଦୁବାଇରେ କାମ କରୁଥିବା ବେଳେ ନିଜକୁ ଏବଂ ନିଜ ସ୍ତ୍ରୀ ଙ୍କ ଠାରେ କରୋନା ସଂକ୍ରମଣ ହେତୁ ଶୀତଳ ପଲ୍ଲୀ ସରକାରୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।
ସାହୁ ସାରଙ୍କ ବିୟୋଗ ଖବର ପ୍ରକାଶ ପରେ ଅଞ୍ଚଳବାସୀ ମର୍ମାହତ ହୋଇଥିବାବେଳେ ଅଞ୍ଚଳରେ ଶିକ୍ଷାର ଅଭିବୃଦ୍ଧି ,ଗାଁ ବିକାଶ ଦିଗରେ ସ୍ବର୍ଗତ ସାହୁଙ୍କ ଅବଦାନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପୁଡ଼ାମାରି କଲ୍ୟାଣ ସମିତି ସଭାପତି ,ଶିକ୍ଷା କମିଟି ସଦସ୍ୟ ,ସାନଖେମୁଣ୍ଡି ମଧୁ ବୈଷ୍ୟ ସମାଜର ସକ୍ରିୟ କାର୍ଯ୍ୟକର୍ତ୍ତା ହିସାବରେ କରିଥିବା କାର୍ଯ୍ୟାବଳୀ ନେଇ ସ୍ମରଣ କରିଛନ୍ତି ।
ଏହି ଦୁଃଖଦ ମୁହୂର୍ତରେ ଈଶ୍ୱର ପବିତ୍ର ଆତ୍ମାକୁ ସଡଗତି ପ୍ରଦାନ ସହିତ ଶୋକସନ୍ତପ୍ତ ପରିବାରକୁ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ କଲ୍ୟାଣ ସମିତିର ଉପଦେଷ୍ଟା ଶ୍ରୀ ହଦୁବନ୍ଧୁ ଚୌଧୁରୀ ,ଓକିଲ ଚନ୍ଦ୍ରଧ୍ଵାଜ ସିଂ ,ଶିକ୍ଷାବିତ୍ ତଥା ସମାଜସେବୀ ଶ୍ରୀ ଭାସ୍କର ପାଢ଼ୀ ,ରାମେଶ୍ବର ପତ୍ର ,ଶତୃଘ୍ନ ଜେନାଙ୍କ ସହ ସରପଞ୍ଚ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଅଞ୍ଚଳ ଅଧିବାସୀଙ୍କ ତରଫରୁ ଭଗବାନଙ୍କ ଠାରେ ବିନୀତ ପ୍ରାର୍ଥନା କରିଛନ୍ତି ।
ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ ।