ଲକ୍ ଡାଉନ୍ ସମୟରେ ପୂର୍ବ ତଟ ରେଳପଥ କରିଛି ସାତହଜାର ଟନ୍ ର ପାର୍ସଲ ପରିବହନ

0
166

 

#ଏପ୍ରିଲ -ଜୁନ,  ୨୦୨୦ ମଧ୍ୟରେ , ପାର୍ସଲ ଟ୍ରେନ ଗୁଡିକ ଦ୍ୱାରା ୬୧୬୦ ଟନ୍ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଛି l

# ୩୧ଟନ୍  ଔଷଧ ଓ ୨୦ଟନ୍  ଚିକିତ୍ସା  ଉପକରଣ ପରିବହନ କରାଯାଇଛି l

# ୪୩୪୫ ଟନ୍ ର  ଆମ୍ବ  ସହିତ ୪୩୭୬ ଟନ୍ ର ଫଳ  ପରିବହନ କରାଯାଇଛି l

# ଦେଶର ବିଭିନ୍ନ ସ୍ଥାନକୁ  ୮୨୪ ଟନ୍  ମାଛ,  ୨୧୦ ଟନ୍ ଦୁଗ୍ଧ ଜାତ ଦ୍ରବ୍ୟ ଓ ଅଣ୍ଡା  ଏବଂ ୬୭୩ ଟନ୍ ର ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ  ପରିବହନ  କରାଯାଇଛି l

# ୫୨୪୦ ଟନ୍ ର  ପାର୍ସଲ  ବାହାର ରାଜ୍ୟରୁ ଆସିଛି  l

ସାଧାରଣତଃ  ପାର୍ସଲ ପରିବହନର  ସିଂହ ଭାଗ ନିୟମିତ କୋଚିଂ ଟ୍ରେନ୍ ଗୁଡିକ ମାଧ୍ୟମରେ  କରାଯାଇ ଥାଏ  l ଲକ୍ ଡାଉନ୍ ସମୟରେ ନିୟମିତ କୋଚିଂ  ଟ୍ରେନ ଗୁଡିକର ଚଳାଚଳ ବନ୍ଦ ଥିବା କାରଣରୁ  ଏକ ନୂତନ ପରିକଳ୍ପନା ସ୍ୱରୁପ ଟାଇମ ଟେବୁଲ ଟ୍ରେନର ଚଳାଚଳ ଆରମ୍ଭ କରାଗଲା l ବିଶ୍ୱ ମହାମାରୀ  କୋଭିଡ-19 ପାଇଁ  ଲାଗୁ ହୋଇଥିବା ଲକ୍ ଡାଉନ୍ ସମୟରେ ଜନସାଧାରଣ  ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ର  ଅଭାବର  ସମ୍ମୁଖୀନ ନ ହୁଅନ୍ତି ,  ସେଥିପାଇଁ  ଅନବରତ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସୁନିଶ୍ଚିତ କରିବା ନିମନ୍ତେ  ଏହି ବ୍ୟବସ୍ଥା  କରାଯାଇଥିଲା l
ଏହି ସମୟାବଧିରେ, ଫଳ  ଓ ପନିପରିବା, ଦୁଗ୍ଧ,  ରନ୍ଧନ ତୈଳ,  ତେଜରାତି ସାମଗ୍ରୀ,  ଔଷଧ ଓ ମେଡିକାଲ ଉପକରଣମାନ,  ବ୍ୟକ୍ତିଗତ ସୁରକ୍ଷା ଉପକରଣ(PPE)  ଚିନି ଓ ଲୁଣ  ଇତ୍ୟାଦି ଭଳି ଜରୁରୀ ସାମଗ୍ରୀଗୁଡିକୁ  ଦେଶର ବିଭିନ୍ନ ପ୍ରାନ୍ତକୁ  ପରିବହନ ନିମନ୍ତେ  ପାର୍ସଲ ଟ୍ରାଫିକ  ଏକ ପସନ୍ଦଯୋଗ୍ୟ  ଉପାୟ ରୂପେ  ଉଭା  ହୋଇଥିଲା l

ଚଳିତ ଆର୍ଥିକ ବର୍ଷର ପ୍ରଥମ  ତିନି ମାସରେ,  ଅର୍ଥାତ ଏପ୍ରିଲ ରୁ ଜୁନ,  ୨୦୨୦ ମଧ୍ୟରେ, ପୂର୍ବ ତଟ ରେଳପଥ ଏହାର  ସ୍ୱତନ୍ତ୍ର ପାର୍ସଲ  ଟ୍ରେନ ଗୁଡିକ ଦ୍ଵାରା ୬୧୬୦ ଟନ୍ ର ଅତ୍ୟାବଶ୍ୟକ ସାମଗ୍ରୀକୁ  ମିଶାଇ  ୭୦୦୦ ଟନ ର ପାର୍ସଲ ପରିବହନ କରିଛି  l ଏହି ସମାୟାବଧିରେ ୩୧ ଟନ୍ ର ଔଷଧ  ଓ  ୨୦ ଟନ୍ ର  ମେଡିକାଲ ଉପକରଣ  ପରିବହନ କରିଥିଲା l  ଏହା ମଧ୍ୟରେ  ଅନେକ ଜୀବନ ରକ୍ଷାକାରୀ ଔଷଧ  ଓ  ପରୀକ୍ଷାଗାରଗୁଡିକ  ନିମନ୍ତେ  ପଠାଯାଉଥିବା ନମୁନା  ଅନ୍ତର୍ଭୁକ୍ତ l

ଖାଦ୍ୟ ସାମଗ୍ରୀର ଅନବରତ ଯୋଗାଣ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ପାର୍ସଲ ଟ୍ରେନ୍ ଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ  ଥିଲା l ପୂର୍ବ ତଟ ରେଳପଥ ର ଅଧିକାର କ୍ଷେତ୍ରରୁ ୨୧୦ ଟନ ଦୁଗ୍ଧ /ଦୁଗ୍ଧ ଜାତ ଉତ୍ପାଦ  ଏବଂ ଅଣ୍ଡା  ବୋଝେଇ କରାଯାଇଥିଲା  ଓ  ପରିବହନ  କରାଯାଇଥିଲା l ଶୁଖିଲା ଦୁଗ୍ଧ ଗୁଣ୍ଡ  ଓ  ରନ୍ଧନ ତୈଳ ମଧ୍ୟ  ପୂର୍ବ ତଟ  ରେଳପଥ    ରେ  ଗ୍ରହଣ  କରାଯାଇଥିଲା l

ଏହି ସମୟରେ  କୃଷକ ମାନଙ୍କର  ଉତ୍ପନ୍ନ  ଉତ୍ପାଦକୁ  ବଜାରକୁ ପଠାଇବା ଏକ ଆହ୍ୱାନ ରୂପେ ଉଭାହୋଇ ଭୀଷଣ ଜଟିଳ ରୂପ ଧାରଣ କରିଥିଲା  l ଏପରି ଏକ ପରୀକ୍ଷାର ମୁହୂର୍ତ୍ତରେ ସେମାନଙ୍କୁ  ସାହାଯ୍ୟ କରିବା ନିମନ୍ତେ ପୂର୍ବ ତଟ  ରେଳପଥ  ଆଗେଇ ଆସିଥିଲା l ୪୩୭୬ ଟନର ଫଳ ଓ ପନି ପରିବା  ସୁରକ୍ଷିତ ରୂପେ ଓ ଯଥା ସମୟରେ ବିଭିନ୍ନ ବଜାରଗୁଡିକ ପର୍ଯ୍ୟନ୍ତ  ପରିବହନ  କରାଯାଇପାରିଥିଲା l ଏଥିରେ ଆନ୍ଧ୍ର ପ୍ରଦେଶରୁ ଦିଲ୍ଲୀକୁ ପଠାଯାଇଥିବା ୪୩୪୫ ଟନର  ଆମ୍ବ ଅନ୍ତର୍ଭୁକ୍ତ l

୮୨୪ ଟନ୍ ର  ମାଛ ମଧ୍ୟ ଉପକୂଳ ଅଂଚଳ ର  ଖାଉଟି କେନ୍ଦ୍ର ଗୁଡିକୁ ପରିବହନ କରାଯାଇଥିଲା l ଏହା ବ୍ୟତୀତ,୬୭୩ ଟନ୍ ର ଅନ୍ୟାନ୍ୟ  ଅତ୍ୟାବଶ୍ୟକ ସାମଗ୍ରୀ  ବିଭିନ୍ନ  ସ୍ଥାନକୁ  ପରିବହନ  କରାଯାଇଥିଲା l

ଏହି ସମାୟାବଧିରେ,  ପୂର୍ବ ତଟ ରେଳ ପଥ  ଅଧିକାର କ୍ଷେତ୍ରରେ ୫୨୪୦ ଟନ୍ ର ପାର୍ସଲ ଗ୍ରହଣ  କରାଯାଇଛି l ଏହି ଆସିଥିବା ସାମଗ୍ରୀ ମଧ୍ୟରେ  ମେଡିକାଲ  ଉପକରଣ,  ଔଷଧ, ସୁତାବ୍ୟାଗ,  ବ୍ୟକ୍ତିଗତ ସୁରକ୍ଷା ଉପକରଣ,  କୁକୁଡ଼ା ଅଣ୍ଡା, ଦୁଗ୍ଧ ଇତ୍ୟାଦି  ଅନ୍ତର୍ଭୁକ୍ତ  l

LEAVE A REPLY

Please enter your comment!
Please enter your name here