ଶିଳ୍ପୀ ଏସ. ଆନନ୍ଦ ରାଓ ବ୍ରହ୍ମପୁର ମାଟିର ଗର୍ବ ଓ ଗୌରବ : ବରିଷ୍ଠ କଳାକାର ସଂଘ

0
138

 

ବ୍ରହ୍ମପୁର,୧୯/୦୭/୨୦୨୦(ବ୍ୟୁରୋ ରିପୋର୍ଟ)
ଆନ୍ତର୍ଯାତୀୟ ଖ୍ୟାତିସମ୍ପନ୍ନ ପିତଳର କାରୁକଳା ବିନ୍ଧାଣୀ ଶିଳ୍ପୀ ସାନ୍ଦକା ଆନନ୍ଦ ରାଓ ଆପଣାର କୁଶଳୀ ହାତର ସ୍ପର୍ଶରେ ବହୁ ସୁନ୍ଦର ମଡେଲ ପ୍ରସ୍ତୁତ କରି ଭାରତ ସମେତ ଚିନ, ଇଂଲଣ୍ଡ ଆଦି କେତେକ ଦେଶର ବୁକ୍ ଅଫ୍ ରେକର୍ଡସ୍ ପୁରସ୍କାର ହାସଲ କରି ବ୍ରହ୍ମପୁର ସହର ପାଇଁ ଅନେକ ଗର୍ବ ଓ ଗୌରବ ଆଣିବାରେ ସକ୍ଷମ ଥିଲେ । ସେ ତାଙ୍କର ଶିଳ୍ପୀ ମାନସିକତାକୁ ନେଇ ଗରିବ ଶ୍ରେଣୀର ସର୍ବବିଧ ଉନ୍ନତି ନିମନ୍ତେ ସହରର ପଟାରିକ୍ସା ସଂଘର ସଭାପତି ରହି ଅନେକ କାର୍ଯ୍ୟ ସାଧନ କରିଛନ୍ତି । ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘରେ ତାହାଙ୍କ ଯୋଗଦାନ ଏକ ମହାର୍ହ ଆଲେଖ୍ୟ ବହନ କରେ । ତେବେ ଚଳିତ ମାସ ଅଠର ତାରିଖ ଶନିବାର ଅପରାହ୍ନ ତିନି ଘଟିକା ସମୟେ କଳା ଜଗତରେ ଶୋକର ଛାୟା ଖେଳାଇ ଦେଇ ବୁଢ଼ୀ ଠାକୁରାଣୀ ମନ୍ଦିର ସନ୍ନିକଟ ନିଜସ୍ଵ ବାସ ଭବନରେ ହୃଦଘାତରେ ପରଲୋକ ଗମନ କରିଛନ୍ତି । ତାଙ୍କର ଏ ଅକାଳ ବିୟୋଗ ବ୍ରହ୍ମପୁର ସହର ତାର ଜଣେ ସୁଯୋଗ୍ୟ ସନ୍ତାନକୁ ହରେଇ ମ୍ରିୟମାଣ ବୋଲି ଆଜି ମୋବାଇଲ କନ୍ଫରେନ୍ସିଙ୍ଗ୍ ଯୋଗେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ଆୟୋଜିତ ଶୋକ ସଭାରେ ମତ ପ୍ରକାଶ ପାଇଥିଲା । ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା ଙ୍କ ଅଧ୍ୟକ୍ଷତାରେ ସର୍ବ ପ୍ରଥମେ ସ୍ବର୍ଗତ ରାଓଙ୍କ ଅମର ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ଦ୍ଵାରା ସଂରଚିତ ସାମାଜିକ ଗୋଷ୍ଠୀ ସଂଯୋଗୀକରଣ ମାଧ୍ୟମରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ନାଟ୍ୟ ଗୌରବ ଡ଼ା. ତିରୁପତି ସାହୁ, ଉପଦେଷ୍ଟା ଦେବେନ୍ଦ୍ର ପ୍ରସାଦ ଶର୍ମା, କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ପୂର୍ବତନ କର୍ପୋରେଟର ବଦ୍ରି ନାରାୟଣ ନାୟକ, ନାଟ୍ୟକାର ତ୍ରିପତି ନାୟକ, ସଙ୍ଗୀତଜ୍ଞ ଲକ୍ଷ୍ମୀ ନାରାୟଣ ସାମଲ ଙ୍କ ସମେତ ଭଗବାନ ସାମଲ, ନୀଳମାଧବ ଜେନା, କୁନୁ ବେହେରା, ମହେନ୍ଦ୍ର ସାହୁ, କିଶୋର କପୂର୍, ପ୍ରଦୀପ କୁମାର ସାହୁ, ପଦ୍ମନାଭ ଦଳେଇ, ବୃନ୍ଦାବନ ସାହୁ, ଯାଇ.ପୋଲେୟା, ସୁରେନ୍ଦ୍ର କୁମାର ସାହୁ, ସରୋଜିନୀ ପାଣି, ନିହାରିକା ସାହୁ ପ୍ରମୁଖ ବହୁ ସଦସ୍ୟ-ସଦସ୍ୟା ନିଜ ନିଜର ଵାକ୍ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here