ପୁର୍ବତନ ସରପଞ୍ଚ ତଥା ପୁର୍ବତନ ବ୍ଳକ କଂଗ୍ରେସ ସଭାପତି ଙ୍କ ଦେହାନ୍ତ

0
164

 

ବେଲଗୁଣ୍ଠା,୨୨/୦୭/୨୦୨୦ବେଲଗୁଣ୍ଠା ବ୍ଳକର ପୁର୍ବତନ ୧୯୯୫ରୁ ୨୦୦୫ ଦଶ ବର୍ଷ ଧରି କଂଗ୍ରେସର ବ୍ଳକ ସଭାପତି ଥିବା ଏନ୍.ଭେଙ୍କଟ ଆୟେଙ୍ଗାର(୬୬)ଙ୍କ ଆଜି ଦିନ ୧୧ ଘଣ୍ଟା ୩୦ମି ସମୟରେ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି ।ସେ କିଛି ଦିନ ହେବ ଅସୁସ୍ଥ ହୋଇ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ଚିକିତ୍ସା ପାଇଁ ଯାଇଥିଲେ ।ସ୍ୱର୍ଗତ ଆୟେଙ୍ଗାର ଉଢୁରା ପଞ୍ଚାୟତର ଦୁଇଥର ସରପଞ୍ଚ ଓ ଥରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ।ଉଢୁରା ସେବା ସମବାୟ ସମିତିର ସଭାପତି ମଧ୍ୟ ଥିଲେ ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ମାଳତୀ, ପୁଅ ନରସିଂହା,ଭାଇ ବର୍ଦ୍ଧରାଜ ଓ ସୁନ୍ଦର ନାରୟଣ ,ଏବଂ ଝିଅ ସାଗରିକା ଉପସ୍ଥିତ ଥିଲେ ।ତାଙ୍କ ମରଶରୀର ନିଜ ଗ୍ରାମ କୋକଲୁଣ୍ଡା ରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ ।ଗ୍ରାମରେ ଥିବା ନିଜ ଚାଷ ଜମିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ପୁଅ ନରସିଂହା ମୁଖାଗ୍ନି ଦେଇଥିଲେ ।ସେ ବେଲଗୁଣ୍ଠା ଅଞ୍ଚଳରେ ଗୁରୁ ଗୋସାଇଁ ଭାବେ ପରିଚିତ ଥିଲେ ।ସେ ଜଣେ ପରୋପକାରୀ, ପ୍ରବୀଣ ରାଜନୀତିଜ୍ଞ, ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ: ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here