ରେଡ୍ ଜୋନ୍ ହେଲା କୋଦଳା ଗୌଡ଼ ସାହି, କୋଭିଡ ମନିଟର ଙ୍କ ପ୍ରସ୍ତୁତି ପର୍ବ

0
133

 

ଗଞ୍ଜାମ,୨୩/୦୭/୨୦୨୦( ଟୁକୁନା ପ୍ରଧାନ) – :ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଚିନ୍ତା ରେ ପ୍ରଶାସନ ।କୋଦଳା ଏନ୍ଏସି ରେ ମଧ୍ୟ ବୃଦ୍ଧି ପାଇଛି ପଜେଟିଭ୍ ସଂଖ୍ୟା ।ପୂର୍ବରୁ ୱାର୍ଡ ୭ ଓ ୧୦ ରେଡ଼ ଜୋନ୍ ଭାବେ ଘୋଷଣା ହୋଇଥିବା ବେଳେ ଆଜି ୱାର୍ଡ଼ ନମ୍ବର ୨ କୁ ରେଡ଼୍ ଜୋନ୍ ଭାବେ ଘୋଷଣା କରାଯାଇ ଗୌଡ଼ ସାହିର ଉଭୟ ପଟେ ବ୍ୟାରିକେଡ୍ ବନ୍ଧାଯାଇଛି । ଏହାକୁ ପ୍ରତିହତ କରିବା ପାଈଁ ପ୍ରଶାସନ ସ୍ତରରେ ତତ୍ପରତା ବୃଦ୍ଧି ପାଇଛି । ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣେଇଛି କୋଦଳା ପ୍ରଶାସନ ।ଲୋକଙ୍କ କରୋନା ପଜେଟିଭ ବାହାରିଲେ ସେମାନଙ୍କୁ ଅନ୍ୟତ୍ର ସ୍ତାନାନ୍ତର ନ କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ କୋଦଳା କଲ୍ୟାଣ ମଣ୍ଡପ ପରିସର ରେ ଖୋଲିଛି “କୋଭିଡ୍ କେୟାର ହୋମ୍ “।ଏଠାରେ ଆଣ୍ଟିଜେନ ଟେଷ୍ଟ ସହିତ ସ୍ବାବ ଟେଷ୍ଟ ସମେତ ୨୦ କରୋନା ରୋଗୀ ରହିବା ସୁବିଧା ହୋଇଛି ।ପ୍ରତ୍ୟକ ଦିନ କୋଭିଡ୍ ମନିଟର୍ ମାନେ ସେମାନଙ୍କ କାର୍ଯ୍ୟ ସୂଚାରୁ ରୂପେ ତୁଲାଉଛନ୍ତି ।ଆଜି ସମସ୍ତ କୋଭିଡ୍ ମନିଟର୍ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ଓ କବିରାଜ ଆର୍ଯ୍ୟ ଙ୍କ ତତ୍ଵାବଧାନ ରେ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ୧୩ ଜଣ କୋଭିଡ୍ ମନିଟର୍ ସମେତ ଏନଏସି କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା , ସ୍ୱପ୍ନ କୁମାର ସାହୁ ଓ ଧୀରଜ କୁମାର ପାତ୍ର ଉପସ୍ଥିତ ଥିଲେ । ୨, ୭ ଏବଂ ୧୦ ନମ୍ବର ୱାର୍ଡ଼ କୁ ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ମନିଟର୍ ମାନଙ୍କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here