ନିଗମ ନଗର ଅଂଚଳରୁ ୭ ବିଷଧର ସାପ ଉଦ୍ଧାର

0
366

 

ବ୍ରହ୍ମପୁର,୨୬/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ସ୍ଥାନୀୟ ନିଗମ ନଗର ପ୍ରଥମ ଲାଇନ ଅଂଚଳରୁ ୭ ଗୋଟି ବିଷଧର ପଦ୍ମନାଗ ସାପ ଉଦ୍ଧାର ହୋଇଛି l କବିରାଜ ବେହେରାଙ୍କ ବାରିପଟେ ଥିବା କୂଅରେ ଏହି ସାପ ଦେଖାଯିବା ପରେ ଅଂଚଳର ଜଣାଶୁଣା ସାପ ଧରାଳି ବାବୁଲା ସେଠିଙ୍କୁ ଖବର ଦେଇଥିଲେ l ସେ ଘଟଣା ସ୍ଥଳରେ ପହଂଚିବା ପରେ ଶୁଖିଲା ପଡ଼ିଥିବା କୂଅରେ ପାଣି ଭର୍ତି କରାଯାଇ ସାପକୁ ଉଦ୍ଧାର କରାଯାଇଥିଲା l ସାପଗୁଡ଼ିକୁ ନିକଟସ୍ଥ ବାଇପାସ ରାସ୍ତାରେ ଛାଡିଥିବା ବାବୁଲା ସେଠି କହିଛନ୍ତି l ସୂଚନାଥାଉକି ବାବୁଲା ହୋମଗାର୍ଡ ଚାକିରୀ କରୁଥିବା ବେଳେ ସେ ଦୀର୍ଘ ୪ ବର୍ଷ ଧରି ସାପଧରା କାର୍ଯ୍ୟ ଜାରି ରଖିଛନ୍ତି । ଇତି ମଧ୍ୟରେ ସେ ଅଂଚଳରୁ ପ୍ରାୟ ୩୦୦ ଉର୍ଦ୍ଧ ସାପ ଧରିଲେଣି l ବିନା ମୂଲ୍ୟରେ ତାଙ୍କର ଏଭଳି ମହତ ସେବା କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି l ବନ ବିଭାଗ ପକ୍ଷରୁ ସାପ ଧରିବା ପାଇଁ ଆବଶ୍ୟକ ଉପକରଣ ଯୋଗାଇଦେଲେ ଆହୁରି ଅଧିକ ସାପ ଧରିବାରେ ସହାୟକ ହୋଇପାରନ୍ତା ବୋଲି ବାବୁଲା କହିଛନ୍ତି l

LEAVE A REPLY

Please enter your comment!
Please enter your name here