ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷ ରୁ ପଞ୍ଚସୂତ୍ରୀ ନିୟମ ଲାଗୁ

1
203

 

ଛତ୍ରପୁର,୨୭/୦୭/୨୦୨୦(ବ୍ୟୁରୋ ରିପୋର୍ଟ)ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଉ କରୋନା ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପମାନ ହାତକୁ ନେଉଛି। ଏବେ ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପଞ୍ଚସୂତ୍ରୀ ନିୟମ କଡ଼ାକଡ଼ି କରିଛନ୍ତି। ଦୋକାନ ସାମ୍ନାରେ ଡବଲ ବ୍ୟାରିକେଡ କରିବାକୁ ପରାମର୍ଶ ଦେବା ସହ ଦୋକାନୀମାନେ ନିଜେ ମାସ୍କ ପିନ୍ଧିବେ ଏବଂ ‘ନୋ ମାସ୍କ ନୋ ଗୁଡ୍ସ’ ବୋର୍ଡ ମାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ତା’ସହ ସାମାଜିକ ଦୂରତ୍ୱ ରକ୍ଷା ନିମନ୍ତେ ଗ୍ରାହକଙ୍କ ପାଇଁ ଦୋକାନ ସାମ୍ନାରେ ୨ ମିଟର ଦୂରତାରେ ସର୍କଲ କରିବେ। ସବୁ ଦୋକାନୀ ସାନିଟାଇଜର ଓ ହାତ ଧୋଇବାର ବ୍ୟବସ୍ଥା କରିବେ। ଏଥିସହ ଗ୍ରାହକ ଆସିଲେ ସେମାନଙ୍କ ଠିକଣା ଦୋକାନୀମାନେ ରଖିବେ। ଏହି ନିୟମ ନମାନିଲେ ଜରିମାନା ସହ ସେମାନଙ୍କ ବିରୋଧରେ ଏତଲା ଦିଆଯିବ। ଏମିତିକି ମାସେ ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି।

1 COMMENT

  1. The concept of social distancing is self impulsive ,self imposing.When people fail to stick to coercive measures follow.It is really wonderful to invite such action.Local petty political agents are busy to seek alternative ways for mileage since last three months they had not been able for any show off.

LEAVE A REPLY

Please enter your comment!
Please enter your name here