ଧୂମୁଛାଇ ସରପଞ୍ଚ ତଥା କରୋନା ଯୋଦ୍ଧା ମନୋଜ ପ୍ରଧାନଙ୍କ କରୋନା ପଜିଟିଭ ଆସିବା ସ୍ଵଷ୍ଟ କଲେ ବେଲଗୁଣ୍ଠା ପ୍ରଶାସନ ।

0
134

 

ବେଲଗୁଣ୍ଠା,୨୭/୦୭/୨୦୨୦:ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ସରପଞ୍ଚ ମନୋଜ କୁମାର ପ୍ରଧାନ ଙ୍କ ଗତ ୨୩ ତାରିଖ ଦିନ ରାତି ରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ରେ ମୃତ୍ୟୁ ଘଟିଥିଲା ।ସେ କିଛିଦିନ ଧରି ଜ୍ଵର ରେ ପୀଡିତ ଥିଲେ । ୨୩ ତାରିଖ ଦିନ ତାଙ୍କର ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ଏବଂ ଅଧିକ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭଞ୍ଜନଗର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା ।କିନ୍ତୁ କିଛିସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।ତାଙ୍କର ସମର୍ଥକ ମାନେ ଏହି ଖବର ପାଇ ଡାକ୍ତରଖାନା ରେ ପହଞ୍ଚି ଯେହେତୁ ଲକ୍ଷଣ ଥିଲା ତେଣୁ ତାଙ୍କର କାରୋନା ପରୀକ୍ଷା ପାଇଁ ଦାବି କରିଥିଲେ । ସେଠାରେ ତାଙ୍କର ଅଣ୍ଟିଜେନ ଟେଷ୍ଟ ପରୀକ୍ଷା କରଯାଇଥିଲା ।ତାହା ପଜିଟିଭ ଆସିଥିବା ନେଇ ଆଜି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ବେହେରା ମହାପାତ୍ର ଏବଂ ତହସିଲଦାର ସରୋଜ କୁମାର ବେହେରା ପ୍ରକାଶ କରିଛନ୍ତି ।ଜିଲ୍ଲା ପ୍ରଶାସନ ତରଫରୁ ମନୋଜ ଙ୍କୁ ରାଷ୍ଟ୍ରୀୟ ସନମାନ ର ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।ସେପଟେ ମନୋଜ ଙ୍କ ମୃତ୍ୟୁ ପରେ ଧୂମୁଛାଇ ପଞ୍ଚୟାତବାସୀ ନିଜ ପ୍ରିୟ ସରପଞ୍ଚଙ୍କୁ ହରାଇ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛନ୍ତି ।ଗଞ୍ଜାମ ଜିଲ୍ଲାପାଳ ମନୋଜଙ୍କୁ ପ୍ରଶାସନ ସ୍ତର ରେ କରୋନାଯୋଦ୍ଧା ଘୋଷଣା କରିଛନ୍ତି ।

ରିପୋର୍ଟ: ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here