ହିଞ୍ଜିଳି ପୋଲିସ ଦ୍ବାରା ୫ ଡକାୟତି ଗିରଫ;୨ ମୋଟରସାଇକେଲ ଜବତ

0
212

 

ହିଞ୍ଜିଳିକାଟୁ,୨୭/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ହିଞ୍ଜିଳି ପୋଲିସ ଦ୍ବାରା ବିଭିନ୍ନ ଥାନା ଅଞ୍ଚଳର ୫ଜଣ ଯୁବକଙ୍କ ଆଜି ଡକାୟତି ମାମଲାରେ ଗିରଫ କରିଛି। ଆଜିକି ପ୍ରାୟ ୮ ମାସ ତଳେ ପ୍ରଥମେ ହିଞ୍ଜିଳି ସହର ରେ ପ୍ରବେଶ କରି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଆନ୍ଦ୍ରାପ୍ରଦେଶ ଫେରାର ହୋଇଯାଇଥିଲେ ଦୁଇ ଯୁବକ। ଲକ୍ ଡାଉନ୍ ରେ ପୁଣି ଗାଁକୁ ଫେରି ଗଢିଲେ ଡକାୟତି ଗ୍ୟାଙ୍ଗ ପୁଣି ଚାଲିଲା ଯୋଜନା। କରୋନା କଟକଣା ରେ ନିଛାଟିଆ ଖରା ବେଳେ ଜୁନ୍ ମାସ ରେ ଶାସନ ଆମ୍ବଗାଁର ସୁବାଷ ବେହେରା ନାମକ ଜଣେ ବ୍ୟକ୍ତି ଏକ୍ସିଲ ଯୋଗୁଁ ଗାଁ ଗାଁ ବୁଲି ମାଛ ବିକ୍ରୀ କରୁଥିବା ବେଳେ ଗତ ଜୁନ୍ ମାସ ୧୦ ତାରିଖରେ ସାରୁ ଗାଁ କୁ ଯିବା ବେଳେ ଦୁଇଟି ବାଇକ୍ ରେ ୪ଜଣଯୁବକ ଆସି ଅଟକାଇଥିଲେ। ହଟାତ୍ ଜଣେ ଯୁବକ ଛୁରୀ ବାହାର କରି ସୁବାସର ବେକରେ ଲଗାଇ ଭୟଭୀତ କରି ଯୁବକ ମାନେ ମାରପିଟ୍ କରିବା ସହ ପକେଟ୍ ରୁ ପ୍ରାୟ ୪୫୦୦ ଟଙ୍କା,ମୋବାଇଲ ଓ ଗାଡିର କାଗଜପତ୍ର ନେଇ ଫେରାର ହୋଇଥିଲେ। ଏନେଇ ସୁବାଷ ଗତ ଜୁନମାସ୧୧ ତାରିଖରେ ହିଞ୍ଜିଳି ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ୧୯୪/୨୦ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଭାରକୁ ଥାନା ସବ୍ ଇନ୍ସପେକ୍ଟର ବାସୁଦେବ ଭୋଇ ଗ୍ରହଣ କରିଥିଲେ। ବିଭିନ୍ନ ଦିଗକୁ ଅନୁସନ୍ଧାନ କରିବା ସହ ମୋବାଇଲ ଟ୍ରାକିଂ କରି ଘଟଣା ରେ ସମ୍ପୃକ୍ତ ଯୁବକ ପାଖରେ ପହଞ୍ଚି ଯୁବକ ଙ୍କୁ ଉଠାଇ ଆଣିବା ସହ ଜେରା କରିଥିଲା। ସେହି ପରି ଜୁନ୍୧୬ ତାରିଖ ମଧ୍ୟରାତ୍ରୀରେ ଶେରଗଡ଼ ବ୍ଲକ ତଥା ହିଞ୍ଜିଳି ଥାନା ଅଧୀନ ଠୁରୁବୁରାଇ ଗ୍ରାମ ରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଉଦ୍ୟମ ମାମଲା ରେ ଜଡ଼ିତ ଥିବା ଜୋରା ସତ ମାନିଥିବା ଥାନା ସୂତ୍ରରୁ ପ୍ରକାଶ। ଏହି ସବୁ ଘଟଣା ରେ ଗିରଫ ଯୁବକ ମାନେ ହେଲେ ଶେରଗଡ଼ ଥାନା ଅଧୀନ କୁରୁଳା ଗ୍ରାମର ଧବଳେଶ୍ୱର ଦାସ, ଢେଙ୍କିଶାଳର ଜଗନ୍ନାଥ ସ୍ୱାଇଁ, ଧୋରାକୋର୍ଟ ଥାନା ଅଧୀନ ଜି. ଦାମୋଦରପଲ୍ଲୀର ବଳିଆ ରେଡ୍ଡୀ, କୁଲାଗଡର ଲକ୍ଷ୍ମଣ ପାଢ଼ୀ, ଦିଗପହଣ୍ଡି ଥାନା ଅଧୀନ ରାଜପୁରର ସମୀର ସ୍ୱାଇଁଙ୍କୁ କୋର୍ଟ ଚାଲାଣ କରିବା ସହ ଏମାନଙ୍କ ଠାରୁ ଦୁଇଟି ମୋବାଇଲ,୧ଚାକୁ, ଦୁଇଟି ମୋଟର ସାଇକେଲ ଜବତ କରିଥିବା ଆଇଆଇଆଇସି ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here