ଆରପାରିକୁ ଚାଲିଗଲେ କୁଶପଡ଼ା ଦିଗପହଣ୍ଡିର ମହାଦେବ ମାଷ୍ଟ୍ରେ ଦିଗପହଣ୍ଡି ଅଞ୍ଚଳରେ ଶୋକର ଛାୟା

0
323

 

ଦିଗପହଣ୍ଡି,୨୮/୦୭/୨୦୨୦(ବ୍ୟୁରୋ ରିପୋର୍ଟ)
ଗଂଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ କୁଶପଡ଼ାର ମହାଦେବ ମାଷ୍ଟ୍ରେ ଆଜି ପୂର୍ବାହ୍ନ ପ୍ରାୟ ୯ ବେଳେ ଆରପାରିକୁ ଚାଲିଯାଇଥିବା ଜଣାପଡିଛି ।
ମହାଦେବ ତ୍ରିପାଠୀ ମାଷ୍ଟ୍ରେଙ୍କର ମୃତ୍ୟୁ ବେଳକୁ ବୟସ ପ୍ରାୟ ୭୮ ହୋଇଥିବା ପରିବାର ପକ୍ଷରୁ ଜଣାଯାଇଛି ।
ମହାଦେବ ମାଷ୍ଟ୍ରେ କୁଶପଡ଼ା ଦିଗପହଣ୍ଡିର ତ୍ରିପାଠୀ ବଂଶଜ ନୈଷ୍ଠିକ ବୈଦିକ ବ୍ରାହ୍ମଣ ପୁରୋହିତ ପରିବାର ଶେଷ ସନ୍ତକ ଥିଲେ ।
୩୦ ବର୍ଷ ପୂର୍ବେ ମହାଦେବ ମାଷ୍ଟ୍ରେଙ୍କର ବଡ଼ଭାଇ ସାମବେଦୀ ପୁରୋହିତ ପଣ୍ଡିତ ସ୍ବର୍ଗତ ଲୋକନାଥ ତ୍ରିପାଠୀଙ୍କର ବିୟୋଗ ହୋଇଥିବା ବେଳେ ୧୩ ବର୍ଷ ପୂର୍ବେ ମଧ୍ଯମଭ୍ରାତା ଲୋକକଳା କୃଷ୍ଣଲୀଳାର ଗାୟକ ଲୋକନୃତ୍ୟ ମଞ୍ଚନାଟକର ସଫଳ ବିନ୍ଧାଣି ପୁରୋହିତ ପଣ୍ଡିତ ସ୍ବର୍ଗତ ତ୍ରିଲୋଚନ ତ୍ରିପାଠୀଙ୍କର ପରଲୋକ ହୋଇଥିବା ବେଳେ ଆଜି ବିଦ୍ୟାଳୟ ପ୍ରତ୍ୟେକ ବିଷୟର ଶିକ୍ଷାଦାତା ଅଲ୍‌ ରାଉଂଡ଼ର ଶିକ୍ଷକ ଭାବେ ପରିଚିତ ସହିତ ସଫଳ ମଞ୍ଚନାଟକର ଅଭିନେତା ନିର୍ଦ୍ଦେଶକ ମହାଦେବ ତ୍ରିପାଠୀ ମାଷ୍ଟ୍ରେଙ୍କର ବିୟୋଗ ଘଟିଥିବା ଜଣାପଡିଛି । ମହାଦେବ ମାଷ୍ଟ୍ରେ ଦିଗପହଣ୍ଡି ବ୍ଳକ ଅଞ୍ଚଳର ଆଙ୍କୋରଡ଼ା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟରେ କିଛି ଦିନ ଶିକ୍ଷକତା କରିଥିଲେ । ପରବର୍ତି ଅବସ୍ଥାରେ ଦିଗପହଣ୍ଡି ସ୍ଥିତ ବଡ଼ ଖେମୁଣ୍ଡି ବାଳକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ହୋଇଥିଲେ । ତାଙ୍କ ସରକାରି କର୍ମ କାଳରେ ଗଂଜାମ ଲବଣ ଉଚ୍ଚ ବିଦ୍ୟାଳୟ ତାପରେ ବ୍ରହ୍ମପୁର ମେଡ଼ିକାଲ କାମ୍ପାସ ହାଇସ୍କୁଲରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ କରିବା ପରେ ବ୍ରହ୍ମପୁର ଭବାନୀନଗର ଫାଷ୍ଟ ଲାଇନ୍ ରେ ଗୃହଟିଏ ନିର୍ମାଣ କରିବା ପରେ ସପରିବାର ସହିତ ରହିଆସୁଥିଲେ। ମହାଦେବ ମାଷ୍ଟ୍ରେ ପ୍ରାୟ ୨ ବର୍ଷ ହେବ ଜରାଗ୍ରସ୍ତ ହୋଇପଡ଼ିଥିଲା ବେଳେ ଶଜ୍ୟାସାୟୀ ହୋଇପଡ଼ିଥିଲେ । ଆଜି ପୂର୍ବାହ୍ନ ପ୍ରାୟ ୯ ଟା ବେଳେ ପରଲୋକ ହୋଇଥିବା ଜଣାପଡିଛି । ଦିଗପହଣ୍ଡି ଅଞ୍ଚଳରେ ମହାଦେବ ମାଷ୍ଟ୍ରେ ତ୍ରିପାଠୀ ଆଜ୍ଞା ନାମରେ ବେଶ୍‌ ପରିଚିତ ଥିଲେ । ସେ ଜଣେ ମେଳାପୀ ଦରଦୀ ମଣିଷ ଥିଲେ । ଆଧ୍ୟତ୍ମିକ ଚିନ୍ତାନର ସହିତ ଜୀବନ ଜୀଇଁବାର ସରଳ ଉପାୟ ଅବଲମ୍ବନ କରିଥିଲେ। ସରଳ ଜୀବନ ଯାପନ କରୁଥଲେ । ମହାଦେବ ମାଷ୍ଟ୍ରେ ତ୍ରିପାଠୀ ଆଜ୍ଞାଙ୍କର ଦୁଇଟି ପୁତ୍ର ହୃଶିକେଷ ଏବଂ ଜଗଦିଶ ଓ ଝିଅ ପିଙ୍କି ସନ୍ତାନ ସନ୍ତତି ଔରସଦାରଙ୍କ ସହିତ ଧର୍ମପତ୍ନୀଙ୍କୁ ଶୋକ ସାଗରରେ ଭସାଇଦେଇ ମାଷ୍ଟ୍ରେ ଆଜି ଇହଧାମ ପରିତ୍ୟାଗ କରିଥିବା ଜଣାପଡିଛି । ତାଙ୍କ ମୃତ୍ୟୁ ଶଜ୍ୟା ନିକଟରେ ଦୁଇଟି ପୁତ୍ର ମଧ୍ୟରୁ ଜ୍ୟେଷ୍ଠପୁତ୍ର ହୃଶିକେଷ ହିଁ ଉପସ୍ଥିତ ଥିଲେ । କରୋନା ମହାମାରୀ ହେତୁ ଦୁବାଇ ରେ ଥିବା ସାନପୁଅ ଜଗଦିଶ ଏବଂ ହାଇଦରାବାଦରେ ଥିବା ଏକମାତ୍ର ଝିଅ ପିଙ୍କି ଶେଷ ଦର୍ଶନ କରିବାକୁ ଉପସ୍ଥିତ ହୋଇପାରିନଥିଲା ବେଳେ ଜ୍ୟେଷ୍ଠପୁତ୍ର ହୃଶିକେଷ ମୂଖାଗ୍ନୀ ଦେଇଥିଲେ। ବ୍ରହ୍ମପୁର ନିଳକଣ୍ଠେଶ୍ୱର ଶ୍ମଶାନରେ ଆଜ୍ଞାଙ୍କର ମରଶରୀରକୁ ଅନ୍ତିମ ସଂସ୍କାର କରାଯାଇଥିଲା ।
କରୋନା ମହାମାରୀ ଆଇନର କଟକଣା ନିୟମ ଅନୁସାରେ ଶବ ସଂସ୍କାର କରାଯାଇଥିଲା । ସବାଧାରରେ ପୁତୁରା ପଣ୍ଡିତ ସୀମାଞ୍ଚଳ ତ୍ରିପାଠୀ, ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀ, ଗଣମାଧ୍ୟମ ବ୍ୟକ୍ତିତ୍ବ ତଥା ଆଇନଜୀବୀ କବିରାଜ ବୈଦ୍ୟଶ୍ରୀ ଗଜାନନ ତ୍ରିପାଠୀ, ନରସିଂହ ତ୍ରିପାଠୀ ଏବଂ ନାତି ସାମ୍ବାଦିକ ଆଇନଛାତ୍ର ସମୀରକାନ୍ତ ତ୍ରିପାଠୀ, ବଟକୃଷ୍ଣ ତ୍ରିପାଠୀ ସମେତ ପୁତ୍ର ବଧୁ ସମୁହ ଉପସ୍ଥିତ ଥିଲେ । ମହାଦେବ ମାଷ୍ଟ୍ରେଙ୍କର ବିୟୋଗରେ ଗଂଜାମ ଗୌରବ କଳାପରିଷଦ ଏବଂ ଆମଭାଷା ସାହିତ୍ୟ ସଂସଦ ପକ୍ଷରୁ ଶୋକ ପ୍ରକାଶ କରାଯାଇଅଛି ।

LEAVE A REPLY

Please enter your comment!
Please enter your name here