ପ୍ରଶାସନିକ ବ୍ୟବସ୍ଥାରେ ଚାଲିଗଲା ଜୀବନ। ଅବ୍ୟବସ୍ଥାକୁ ବଦଳାଇବାକୁ ଦାବି କଲେ ଭ୍ରୃଗୁ।

0
216

 

ବ୍ରହ୍ମପୁର,୨୮/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଛୋଟ ପୁଅ ଆଗରେ ଚାଲିଗଲା ବାପାର ଜୀବନ ଉଜୁଡିଗଲା ସଂସାର।ବାପା କୁ ବଞାଇବା ପାଇଁ ମେଡିକାଲ ନେବାକୁ ୧୦୮ କମଚାରୀ ଙ୍କୁ ନେହୁରା ହେଲେ ବି କେହି ଶୁଣିଲେନି।କିଛି ଘଣ୍ଟା ମଧ୍ୟରେ ଚାଲିଗଲା ଏକ ଦୂଲଭ ଜୀବନ।ଏପରି କିଛି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଥିଲା ବ୍ରହ୍ମପୁର ସହର ସ୍ଥିତ ପ୍ରହଲ୍ଲାଦ ନଗର ଠାରେ।ପ୍ରହଲ୍ଲାଦନଗରର ମନୋଜ ପ୍ରହରାଜ ମଧୂମେହ ରୋଗରେ ଆକ୍ରାନ୍ତ ହୋଇଥିଲେ।ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ୧୦୮ ଡାକିଥିଲେ କିନ୍ତୁ ୧୦୮ ଆସି ମଧ୍ୟ ମନୋଜ କୁଂ ନେଲା ନାହିଁ ।୧ଘଣ୍ଟା ଧରି ତାଙ୍କ କୁନି ପୁଅ ବାପାକୁ ନେବା ପାଇଁ ନେହୁରା ହେଲା କିନ୍ତୁ କୈଣସି ସୁଫଳ ହେଲା ନାହିଁ ଚାହୁଁ ଚାହୁଁ ପୁଅ ଆଖିଆଗରେ ଛଟପଟ ହୋଇ ଚାଲିଗଲା ବାପାର ଜୀବନ।ଗଞ୍ଜାମ ଜିଲ୍ଲାରେ ସରକାର ଓ ପ୍ରଶାସନି କ ଅବ୍ୟବସ୍ଥା ଯୋଗୁଁ ମନୋଜ ଙ୍କ ଜୀବନ ଚାଲିଗଲା ଏବଂ ମୁଖ୍ୟମନ୍ତୀ ଙ୍କ ଜିଲ୍ଲାର ଏହି ଅବ୍ୟବସ୍ଥା କୁ ବଦଳାଇବା କୁ ଦାବି କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ତଥା ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭ୍ରୃଗୁ ବକ୍ସି ପାତ୍ର।

LEAVE A REPLY

Please enter your comment!
Please enter your name here