ଗଜପତିରେ ସପ୍ତାହକୁ ୪ ଦିନ ସଟ୍‌ଡାଉନ୍, ୩ ଦିନ ଲକ୍‌ଡାଉନ କଟକଣା ଜାରି ହେଲା

0
327

 

ପାରଳାଖେମୁଣ୍ଡି, ୨୮/୦୭/୨୦୨୦(ପ୍ରଭାତ କୁମାର ପାତ୍ର) ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଙ୍କ୍ରମିତଙ୍କ ସଂଖ୍ୟା ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗାଇଡଲାଇନ ପ୍ରକାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ତଥାପି ସ୍ଥିତିରେ ସୁଧାର ଆସିବା ବଦଳରେ ସ୍ଥିତି ଆହୁରି ଗମ୍ଭୀର ଓ ଆହୁରି ଭୟଙ୍କର ହେବାରେ ଲାଗିଛି ଯାହାକୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି ପୁର୍ବରୁ ଲକ୍ ଡାଉନ ସାଙ୍ଗକୁ ସପ୍ତାହରେ ଦୁଇ ଦିନିଆ ସଟଡାଉନ ଜାରି ରହିଥିବା ବେଳେ ସପ୍ତାହରେ ଚାରିଦିନ ସଟଡାଉନ ଘୋଷଣା କରିଛି ପ୍ରଶାସନ । ସପ୍ତାହର ତିନିଦିନ ସୋମ , ମଙ୍ଗଳ ଓ ବୁଧବାର ଲକଡାଉନ ସାଙ୍ଗକୁ କଟକଣା ଭିତରେ ସକାଳ ୭ ଘଣ୍ଟା ଠାରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ଅନୁମତି ରହିଛି। କିନ୍ତୁ ଆସନ୍ତା ୩୦ ତାରିଖ ଗୁରୁବାର ଠାରୁ ଅଗଷ୍ଟ ୨ ତାରିଖ ରବିବାର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛି, ଆଗକୁ ପ୍ରତେକ ସପ୍ତାହର ଚାରିଦିନ ସମାନ ଭାବରେ ସଟଡାଉନ ଜାରି ରହିବ ଏହିଭଳି ନିଷ୍ପତି ଗ୍ରହଣ କରିଛି ପ୍ରଶାସନ । ପାରଳାଖେମୁଣ୍ଡି ସହର , କାଶୀନଗର ଏନଏସି ସମେତ ସମସ୍ତ ବ୍ଳକ ମୁଖ୍ୟାଳୟ ଓ ରାଣିପେଣ୍ଠ, କେରାଣ୍ଡି, କତଲକଇଠା, ଝିପି ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛି ପ୍ରଶାସନ । ସଟଡାଉନ ସମୟରେ ଏହି ସବୁ ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରି କରାଯାଇଛି , କେବଳ ଅତ୍ୟାବଶ୍ୟକ ସେବା ଉପରେ କଟକଣାକୁ କୋହଳ ନିଷ୍ପତ୍ତି ନେଇଛି ପ୍ରଶାସନ । ଅନ୍ୟ ପକ୍ଷରେ ଏହି ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା, କୌଣଶି ସରକାରୀ କର୍ମଚାରୀ ଜିଲ୍ଲା ଛାଡି ବାହାରକୁ ଯାଇ ପାରିବେ ନାହିଁ ।ଦୋକାନି ମାନେ ମଧ୍ୟ ଦୋକାନ ଆଗରେ ଡବଲ ବାରିକୋଟ , ସାମାଜିକ ଦୂରତା ଅବଲମ୍ବନ କରିବା ସାଙ୍ଗକୁ ଅନାନ୍ୟ କଟକଣା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଜାରି କରିଛି ପ୍ରଶାସନ ।

LEAVE A REPLY

Please enter your comment!
Please enter your name here