ଗଜପତି ଜିଲ୍ଲାରେ କେବଳ କୋଭିଡ୍ ପାଇଁ ଅମ୍ଳଜାନ ବ୍ୟବସ୍ଥା ଥିବା ୧୭ ଟି ଆମ୍ବୁଲାନ୍ସର ଶୁଭାରମ୍ଭ

0
326

 

ପାରଳାଖେମୁଣ୍ଡି,୨୮/୦୭/୨୦୨୦(ପ୍ରଭାତ କୁମାର ପାତ୍ର) କୋରନା ପଜିଟିଭ୍ ରୋଗୀର ଆବଶ୍ୟକତାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାରେ ଅମ୍ଳଜାନ ବ୍ୟବସ୍ଥା ଥିବା ୧୭ ଗୋଟି ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି। ଏହା ଜିଲ୍ଲାର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର , କୋଭିଡ୍ ହସ୍ପିଟାଲ ଏବଂ କୋଭିଡ୍ କେର୍ ସେଣ୍ଟର ମାନଙ୍କରେ ନିୟୋଜିତ ରହିବେ।
ବର୍ତ୍ତମାନ ୧୭ ଗୋଟି ମଧ୍ୟରୁ କୋଭିଡ୍ ହସ୍ପିଟାଲରେ ୩ ଟି , ପାରଳାଖେମୁଣ୍ଡି କୋଭିଡ୍ କେର୍ ସେଣ୍ଟରରେ ୨ ଟି , ମୋହନା କୋଭିଡ୍ କେର୍ ସେଣ୍ଟରରେ ୨ ଟି , ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧ ଗୋଟି , ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧ ଗୋଟି , ରା. ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧ ଗୋଟି , ରାୟଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧ ଗୋଟି , ବଡଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧ ଗୋଟି , ଗୁରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧ ଗୋଟି , କାଶୀନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧ ଗୋଟି , ଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧ ଗୋଟି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ ଗୋଟି ଆମ୍ବୁଲାନ୍ସ ନିୟୋଜିତ ରହିବେ।
ଏହା କେବଳ କୋଭିଡ୍ ପାଇଁ କାମ କରୁଥିବା ବେଳେ କୋଭିଡ୍ ପଜିଟିଭ୍ ରୋଗୀର ଗୁରୁତ୍ୱକୁ ନେଇ ଏହା ନିୟୋଜିତ ହେବେ। ଏହାର ପରିଚାଳନା ପାଇଁ ଜିଲ୍ଲାରେ ଜଣେ ଡାକ୍ତର ପ୍ରଦୀପ କୁମାର ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଥିଲା ବେଳେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସେଠାକାର ଭାରପ୍ରାପ୍ତ ମେଡିକାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here