ଦିଗପହଣ୍ଡି ତହସିଲରେ ଆର୍ ଆଇ ଙ୍କ ଆତଙ୍କରାଜ । ତନଖି ଆଳରେ ଟ୍ରାକ୍ଟର ଚାଳକକୁ ନିର୍ଦ୍ଧୁମ ମାଡ଼ ।ତହସିଲଦାରଙ୍କୁ ଦାୟିକରି ଥାନାରେ ଏତଲା ।

0
439

 

ବ୍ରହ୍ମପୁର, ୨୮/୦୭/୨୦୨୦:
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବଙ୍କ ରାଜସ୍ବ ପରିଚାଳନାଗତ ଅଭିଜ୍ଞତାକୁ ନେଇ ବ୍ରହ୍ମପୁର ସବ୍ ଡିଭିଜନ ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ କରୁଥିବା ବେଳେ କିଛି ବିପଥଗାମୀ ଭାବଧାରା ସମ୍ପନ୍ନ ତହସିଲଦାରଙ୍କ କର୍ମ ନିପୁଣତାକୁ ନେଇ ବିଭାଗ ଅପଦସ୍ତ ହେଉଥିବା ଜଣାଯାଇଛି ।ସବ୍ ଡିଭିଜନ ଅନ୍ତର୍ଗତ କିଛି ତହସିଲଦାରଙ୍କ ଲଘୁ ଖଣିଜ ଦ୍ରବ୍ୟ ଲୁଟେରା ଓ ମାଫିଆଙ୍କ ସହ ଅନୈତିକ ଭାବ ଯୋଗୁଁ ତହସିଲ ରାଜସ୍ବ ଆଦାୟ ଆଖିଦୃଶିଆ ହେଉନଥିବା ବେଳେ ତହସିଲଦାର ଓ ତହସିଲ କର୍ମଚାରୀଙ୍କ ଦ୍ଵାରା ଜନ ସାଧାରଣ ଉତ୍ପିଡିତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଅଛି ।କିଛି ଘଟଣାର କ୍ରମରେ ତହସିଲଦାର ନିଜ ମାଜିଷ୍ଟ୍ରେଟ କ୍ଷମତାକୁ କିଛି ରାଜସ୍ବ ନିରୀକ୍ଷକଙ୍କ ଦ୍ବାରା ପରିଚାଳିତ କରୁଥିବାରୁ ସମୟ ସମୟରେ ଆସଂଜତ ପରିସ୍ଥିତି ସୃଷ୍ଟି ହେବା ସହିତ ବିଭାଗ ପ୍ରତି ସାଧାରଣରେ ଅସ୍ଥା ରହୁନଥିବା ଜଣା ଯାଇଅଛି ।

ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ରେ କାର୍ଯ୍ୟରତ ତହସିଲଦାରଙ୍କ କାର୍ଯ୍ୟାବଳୀ ନେଇ ବହୁ ରୋଚକପୂର୍ଣ୍ଣ ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏଥିପ୍ରତି ନଜର ଦେଉନଥିବା କାରଣରୁ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ପ୍ରତି ଅଞ୍ଚଳ ଲଘୁ ଖଣିଜ ଦ୍ରବ୍ୟ ଲୁଟେରା ଓ ମାଫିଆଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଆଲୋଚିତ ହେଉଅଛି ।ତହସିଲଦାର ମହୋଦୟଙ୍କ କଳା କାରନାମା ସମ୍ପର୍କରେ ଅଭିଯୋଗ କଲେ ନିଜ ସୁରକ୍ଷା ପାଇଁ ମାଫିଆ ଗୋଷ୍ଠୀଙ୍କୁ ନିୟୋଜିତ କରୁଥିବାର ମଧ୍ୟ ନଜିର ରହିଅଛି । ଅନ୍ୟପକ୍ଷରେ ପ୍ରକୃତ ପ୍ରଣାଳୀରେ ରାଜସ୍ବ ଭରୁଥିବା କ୍ୱାରି ନିଲାମଧାରୀଙ୍କ ପ୍ରତି ତହସିଲ ପକ୍ଷରୁ ଜୁଲମ କରାଯିବା ସହିତ ରାଜସ୍ବ ପରିଦର୍ଶକଙ୍କ ଦ୍ଵାରା ମାଡ଼ ମରାଯାଉଥିବା ମଧ୍ୟ ଥାନାରେ ଅଭିଯୋଗ ହେବା ରାଜସ୍ବ ବିଭାଗରେ ଗୁଣ୍ଡାତୁଲ୍ୟ କର୍ମଚାରୀଙ୍କ ଉତ୍ତରଦାୟିତ୍ୱ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି

ମିଳିଥିବା ସୂଚନା ମୁତାବକ ଆଜିସକାଳ ପ୍ରାୟ ୮ ଘଣ୍ଟା ସମୟରେ ଫସିଗୁଡା ବନ୍ଧ ନିକଟରେ ଛିଡ଼ା ହୋଇ ଥିବା ଏକ ବାଲି ଟ୍ରାକ୍ଟର ର କଗଜାତ୍ ଯାଞ୍ଚ୍ ପାଇଁ ବାଙ୍ଗରଡ଼ା ରାଜସ୍ବ ନୀରିକ୍ଷକ ଓ ଜନୈକ ଭଗବାନ ନାମଧାରୀ କର୍ମଚାରୀ ଅଟକିଥିଲେ ।ଟ୍ରାକ୍ଟର ଡ୍ରାଇଭର ଫାସିଗୁଡ଼ା ଗ୍ରାମର ସିମାଞ୍ଚଳ ପ୍ରଧାନ କର୍ମଚାରୀଙ୍କୁ ବାଲି ଉଠାଣ ଜନିତ କାଗଜପତ୍ର ଦେଖାଇବା ବେଳେ ଉଭୟ ଡ୍ରାଇଭରକୁ ଅଶ୍ଳୀଳ ଭାଷାରେ ଗାଳି କରିବା ଆରମ୍ଭ କଲେ ।ରାଜସ୍ବ ନିରୀକ୍ଷକଙ୍କ ସହିତ ଥିବା ଭଗବାନ ନାମଧାରୀ କର୍ମଚାରୀ ସାଥିରେ ଆଣିଥିବା ଠେଙ୍ଗାରେ ସିମଞ୍ଚଲ ର ମୁଣ୍ଡକୁ ଲକ୍ଷ୍ୟକରି ପାହାର ଦେବା ଉଦ୍ଦେଶ୍ୟରେ ଉଦ୍ୟତ। ଜାଣି ସିମା ସଜାଗ ହୋଇଯିବାରୁ ସେହି ଠେଙ୍ଗା ପ୍ରହାର ତାଙ୍କ ଆଣ୍ଠୁରେ ବାଜି ରକ୍ତାକ୍ତ ହୋଇଥିଲା ।ଏଥିରେ ସନ୍ତୁଷ୍ଟି ନ ଆସି ପୁଣି ଭଗବାନ ନାମକ କର୍ମଚାରୀ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।
ସଂପୃକ୍ତ ଡ୍ରାଇଭରକୁ ଗାଡ଼ି ସହିତ ତହସିଲ ଆସିବାକୁ ତାଗିଦ୍ ପରେ ସିମାଞ୍ଚଲ ଦିଗପହଣ୍ଡି ପହଞ୍ଚି ସାଧାରଣରେ ଘଟଣା ପ୍ରକାଶ ପରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଥିଲା ।
ପୀଡ଼ିତ ଡ୍ରାଇଭର କୁ ଚିକିତ୍ସିତ କରି ବୟାନ ଭିତ୍ତିରେ ଦିଗପହଣ୍ଡି ଥାନାରେ ସଂପୃକ୍ତ କର୍ମଚାରୀଙ୍କ ନାମରେ ଏତଲା କରାଯାଇଥିବା ସହ ତହସିଲଦାରଙ୍କ ଦ୍ବାରା ଏହା କରାଯାଇଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଥିଲା ।ବହୁ ବୁଦ୍ଧିଜୀବୀ ତହସିଲଦାରଙ୍କ ଦ୍ବାରା ଏଭଳି ପ୍ରୋତ୍ସାହିତ କାର୍ଯ୍ୟକ୍ରମ ବିରୁଦ୍ଧରେ ତହସିଲ ଗେଟ୍ ନିକଟରେ ଧାରଣାରେ ବସିବା ସହିତ ତହସିଲଦାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ ।ଥାନାରେ ମାମଲା ରୁଜୁ ନ କରି ଆପୋଷ ବୁଝାମଣାରେ ମାମଲା ଫାଇସଲା କରିବା ମସୁଧା ପାଇଁ କିଛି ମୁଷ୍ଟିମେୟ ମାଫିଆ ଚଳଚଞ୍ଚଳ ଥିବା ମଧ୍ୟ ଦେଖିବାକୁ ମିଳିଥିଲେ ମଧ୍ୟ ତହସିଲଦାରଙ୍କ ବିରୋଧରେ ଜନତାଙ୍କ ସ୍ୱର ସାଣିତ ହେଉଥିବା ପରିତାପର ବିଷୟ ହୋଇଅଛି ।

(ସନ୍ତୋଷ ଦାସ ଙ୍କ ରିପୋର୍ଟ)

LEAVE A REPLY

Please enter your comment!
Please enter your name here