କଣ୍ଟେନମେଣ୍ଟ ଜୋନରେ ହେଲଥ୍ ସ୍କିନିଂ

0
349

 

ଭଞ୍ଜନଗର,୦୬/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଦାଙ୍ଗି ଗ୍ରାମରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହେତୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଏଥି ନିମନ୍ତେ ଡାକ୍ତର କୁସୁମାଞ୍ଜଳି ମହାପାତ୍ରଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ ଗ୍ରାମରେ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି । ମେଡିକାଲ ଟିମ ଘର ଘର ବୁଲି ଲୋକଙ୍କ ତାପମାତ୍ରା ଯାଞ୍ଚ କରିବା ସହିତ କୋଭିଡ ଲକ୍ଷଣ ସମ୍ପର୍କରେ ପଚାରି ବୁଝୁଛନ୍ତି।ଏଥି ସହିତ ରକ୍ତଚାପ,ମଧୁମେହ,ଦୃଦରୋଗ ଭଳି ରୋଗୀଙ୍କ ତଥ୍ୟ ସ୍ୱତନ୍ତ୍ର ଭାବେ ସଂଗ୍ରହ କରାଯାଉ ଥିଲା।ସେହିଭଳି ମେଡିକାଲ ଟିମ ମହାମାରୀ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ ମଧ୍ୟ କରିଥିଲେ । ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ବ୍ୟବହାର ଦ୍ୱାରା କରୋନା ସଂକ୍ରମଣ ନିୟନ୍ତ୍ରଣ ହେବ । ଏଣୁ ଏଥିପ୍ରତି ସମସ୍ତେ ସଚେତନ ହେବାକୁ ଲୋକଙ୍କୁ ସଚେତନତା କରିଥିଲେ । ଏଥିରେ ଏଏନଏମ ସାସ୍ୱତୀ ସିନ୍ଧୁସୁତା ସାହାଣୀ,ନୋଡାଲ ଅଫିସର ପଦ୍ମଚରଣ ସେଠୀ,ଅଙ୍ଗନବାଡି ବନୀତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ଗ୍ରାମର ହରିଜନ ସାହିରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଣୁ ଗ୍ରାମର ଆକ୍ରାନ୍ତ ସଂଖ୍ୟା ୧୪ ପହଞ୍ଚିଛି।ଏହାପରେ ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ କୁମାର ବେହେରା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଆସନ୍ତା ୧୦ତାରିଖ ପର୍ଯନ୍ତ ବଦାଙ୍ଗି ସଡଡାଉନ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here