Home ଦେଶ- ବିଦେଶ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬...

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ

0
968

 

ମୁମ୍ବାଇ,୦୬/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ରେ ସିବିଆଇ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ( ଏଫ ଆଇ ଆର) ରୁଜୁ କରିଛି।ଏତଲାରେ ଅଭିନେତ୍ରୀ ତଥା ସୁଶାନ୍ତ ଙ୍କ ବାନ୍ଧବୀ ରିୟା ଙ୍କୁ ମୁଖ୍ୟ ଅଭିଯୁକ୍ତ କରିଛି ସିବିଆଇ। ସିବିଆଇ ଏତଲାରେ ରିୟାଙ୍କ ବାପା, ମାଆ ଓ ଭାଇଙ୍କ ନାଁ ଉଲ୍ଲେଖ ରହିଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଛି ସିବିଆଇ। ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ୫ ଜଣଙ୍କ ନାଁରେ ଆତ୍ମହତ୍ୟା ପାଇଁ ଉସ୍‌କାଇବା, ଅପରାଧିକ ଷଡ଼ଯନ୍ତ୍ର କରିବା, ଧୋକା ଦେବା ସହିତ ଅନ୍ୟ କିଛି ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ବିହାର ସରକାରଙ୍କ ସୁପାରିଶ ରେ କେନ୍ଦ୍ରର ନୋଟିସ ପରେ ୬ ଜଣଙ୍କ ନାଁରେ  ମାମଲା ରୁଜୁ ହୋଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି।ସୁଶାନ୍ତଙ୍କ ମୃତ୍ୟୁ ପରଠୁ ତାଙ୍କର ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନସଫର ନେଇ ଚର୍ଚ୍ଚା ଚାଲିଛି। ଯଦିଓ ଏନେଇ କୌଣସି ତଥ୍ୟ ପ୍ରମାଣ ମିଳିନାହିଁ ବୋଲି ମୁମ୍ବାଇ ପୋଲିସ କହୁଛି ହେଲେ ସନ୍ଦେହ ଦୂର ହୋଇନି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!