ପାରଳାଖେମୁଣ୍ଡିର ଲୁଟେରା ଗ୍ୟାଙ୍ଗ ଗିରଫ, ୨୦ ଭରି ସୁନା ଜବତ

0
359

 

ପାରଳାଖେମୁଣ୍ଡି,୦୭/୦୮/୨୦୨୦(ପ୍ରଭାତ କୁମାର ପାତ୍ର)ପାରଳାଖେମୁଣ୍ଡି ମୋଡେଲ ପୋଲିସକୁ ମିଳିଛି ବଡ ସଫଳତା, ନିଳକଣ୍ଠପୁର ଗ୍ରାମରୁ ଚୋରି ଘଟଣାରେ ୪ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ, ଘରେ କେହି ନଥିବାର ସୁଯୋଗ ନେଇ କବାଟ ଭାଙ୍ଗି ଘରେ ପସି ସୁନା , ରୁପା ଅଳଙ୍କାର ମୋବାଇଲ ଓ ଘରର କିଛି ଦାମି ଆସବାବ ପତ୍ର ଓ ନଗଦ ଟଙ୍କା ଚୋରି ହୋଇଥିବା ନେଇ କେ ସୁଦର୍ଶନ ରାଓ ଗତ ଅଗଷ୍ଟ ୧ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସେରଙ୍ଗ ଥାନା ଅଞ୍ଚଳର ଟୁନା ସୁବୁଦ୍ଧି ଓ ନିଳକଣ୍ଠପୁର ଗ୍ରାମର ରୁବି ଶବର, ରବି ଶବର, ଏ ଭେକେଣ୍ଟ ରାଓ ଶବରକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ନଗଦ ୨୦ ହଜାର ଟଙ୍କା, ୧୦ ଭରି ଓଜନର ସୁନା ଅଳଙ୍କାର ଓ ୮ ଭରି ଓଜନର ରୁପା ଅଳଙ୍କାର ସହିତ ମୋବାଇଲ୍ ଓ ଏକ ଏଲିଇଡି ଟିଭିକୁ ଜବତ କରିଛି ପୋଲିସ । ଚୋରି ହେବାର ୫ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ସହ ଏତେ ପରିମାଣର ଅଳଙ୍କାର ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ସମସ୍ତ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

LEAVE A REPLY

Please enter your comment!
Please enter your name here