୭୪ ତମ ସାଧିନତା ଦିବସ ପାଳନ ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
379

 

ପାରଳାଖେମୁଣ୍ଡି,୦୭/୦୮/୨୦୨୦(ପ୍ରଭାତ କୁମାର ପାତ୍ର)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ୭୪ ତମ ସ୍ଵାଧୀନତା ଦିବସ କରୋନା କୁ ଆଖି ଆଗରେରଖି ନିରାଡମ୍ଵର ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ଅନୁପମ ଶାହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଷ୍ପତ୍ତି ନିଆ ଯାଇଛି l ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନଷ୍ଠାନଗୁଡ଼ିକୁ ରେ ସାମାଜିକ ଦୂରତା ବଜାୟ ରଖି ପତାକା ଉତ୍ତୋଳନ କରାଯିବ l ସେହିଭଳି ବ୍ୟବସାୟିକ ଅନୁଷ୍ଠାନ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକରେ ମଧ୍ୟ ସାମାଜିକ ଦୂରତା ବଜାୟ ରଖି ପତାକା ଉତ୍ତୋଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ସ୍ଵାଧୀନତା ଦିବସ ଅବସରରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ରତ କୋଭିଡ୍ ୱାରୀୟର ମାନଙ୍କ କାର୍ଯ୍ୟର ଦକ୍ଷତା କୁ ନେଇ ସେମାନଙ୍କୁ ସମ୍ମାନିତ କରାଯିବା ନେଇ ନିଷ୍ପତ୍ତି ନିଆ ଯାଇଥିଲା l ଜିଲ୍ଲାରେ କରନା ରେ ପ୍ରାଣ ହରାଇଥିବା ଦିବଗନ୍ତ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଧେଶ୍ୟରେ ତାଙ୍କ ପରିବାର ସଦସ୍ୟ ଙ୍କୁ ସମ୍ମାନିତ କରାଯିବ lକୋଭିଡ୍ ଯୋଦ୍ଧା ଭାବେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ କେସିଏଚ୍ ରତ୍ନମ ଙ୍କ ଉଦ୍ଧେଶ୍ୟରେ ମୁଖ୍ୟମନ୍ତ୍ରୀ ଘଷଣା କରିଥିବା ୧୫ ଲକ୍ଷ୍ୟ ଟଙ୍କା ଆର୍ଥିକ ସହାୟତା ସ୍ଵାଧୀନତା ଦିବସ ଅବସରରେ ତାଙ୍କ ପରିବାରଙ୍କୁ ପ୍ରଦାନ କରାଯିବା ବୋଲିଜିଲ୍ଲାପାଳ ଅନୁପମ ଶାହା କହିଥିଲେl ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଏସପି ସୁନିଲ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା ସ୍ଵାଗତ ଭାଷଣ ଦେଇଥିଲେ l

LEAVE A REPLY

Please enter your comment!
Please enter your name here