ବ୍ରହ୍ମପୁର ସାଂସଦ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଗଜପତି ଜିଲ୍ଲା ଗସ୍ତ ୫ ହଜାର ମାସ୍କ ବଣ୍ଟନ

0
155

ପାରଳଖେମୁଣ୍ଡି, ୦୮/୦୮/୨୦୨୦(ପ୍ରଭାତ କୁମାର ପାତ୍ର)କରୋନା ମହାମାରୀର ମୁକାବିଲା ସହ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ହେଲେ ସାମାଜିକତ ଦୂରତା ଏବଂ ମାସ୍ତ୍ର ପରିଧାନ ବାଧ୍ୟତାମୂଳକ ବୋଲି ସରକାର ଘୋଷଣା କରିଛନ୍ତି । ଏହି ସମୟରେ ଲୋକେ ମାସ୍କ ପାଇଁ ଗହଳି ଲଗାଉଥିବା ବେଳେ ଏହାର ସୁଯୋଗ ନେଇ ଦୋକାନୀମାନେ ନାହିଁନଥିବା ଦରବୃଦ୍ଧି କରୁଛନ୍ତି । ଏଭଳି ସମୟରେ ବ୍ରହ୍ମପୁର ସଂସଦ ଚନ୍ଦ୍ରଶେଖର ସାହୁ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଗଜପତି ଜିଲ୍ଲା ଗସ୍ତରେ ଆସି ପ୍ରାୟ ୫ହଜାର ମାସ୍କ ବଂଟନ କରିଛନ୍ତି । ଦଳର ବ୍ଲକ ସଭାପତି ଏବଂ ପୌରୀଚଳ ସଭାପତିମାନଙ୍କୁ ଏହା ପ୍ରଦାନ କରି ଆବଶ୍ୟକ ଥିବା ଲୋକଙ୍କୁ ଏହା ପ୍ରଦାନ କରିବାକୁ କହିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଦ୍ବାରା ଅନେକ ଲୋକଙ୍କ ଜୀବନ ବଂଚିପାରୁଛି । ତେଣୁ ଏହି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ କରିବା ସହ ଅଧିକରୁ ଅଧିକ ରକ୍ତ କିଭଳି ସଂଗୃହୀତ ହୋଇପାରିବ ସେନେଇ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି ଉଭୟ ମନ୍ତ୍ରୀ ଓ ସାଂସଦ କହିଥିଲେ । ଏହି ଅବସରରେ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜିଲ୍ଲା ଯୁବ ବିଜେଡିସଭାପତଏସ.ଲିଙ୍ଗରାଜ,ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ବିଜେଡି ନେତା ରଘୁରାମ ସାହୁ, ବିଭିନ୍ନ ବ୍ଲକର ସଭାପତିମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here