କବିସୂର୍ଯ୍ଯ ନଗର ବ୍ଲକ୍ ରେ ଆକ୍ବା ଗାର୍ଡ କିଣା ଦୁର୍ନୀତିର ତଦନ୍ତ ଦାବି ।

0
148

 

କବିସୂର୍ଯ୍ଯ ନଗର,୧୦/୦୮/୨୦୨୦(ବ୍ୟୁରୋ ରିପୋର୍ଟ)
କବିସୂର୍ଯ୍ଯ ନଗର ବ୍ଲକ୍ ରେ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ବିଶୁଦ୍ଧ ପାନୀୟଜଳ ପାଇଁ ଆକ୍ବାଗାର୍ଡ କିଣାରେ ଦୁର୍ନୀତି ହୋଇଥିବା ନେଇ ଫରୱାର୍ଡ ବ୍ଲକ୍ ଅଭିଯୋଗ ଉଠାଇଛି । ପଞ୍ଚାୟତ ସମିତି କବିସୂର୍ଯ୍ଯ ନଗର,ଚିଠି ନଂ- ୧୨୪୭,ତା – ୧୬/୦୪/୨୦୨୦,ଅନୁଯାୟୀ R.O. Water Purifier System ଯୋଗାଣ ପାଇଁ ହୋଇଥିବା ଜଣାପଡିଛି । ଗୋଟିଏ ସିଷ୍ଟମ ପିଛା ୧୭,୭୦୦ ଟଙ୍କା ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇ,ଛତ୍ରପୁର,ଗଞ୍ଜାମ ଜିଲ୍ଲାର ଗୋଟିଏ ସଂସ୍ଥାକୁ ଦିଆଯାଇଛି । ଆକ୍ବାଗାର୍ଡ କିଣିବା ପୂର୍ବରୁ ବିଜ୍ଞପ୍ତି କେଉଁ କେଉଁ ପ୍ରମୁଖ ଖବରକାଗଜରେ ପ୍ରକାଶ ପାଇଥିଲା,କେତୋଟି ସଂସ୍ଥା ଆକ୍ବାଗାର୍ଡ ଯୋଗାଇବା ପାଇଁ ଆବେଦନ କରିଥିଲେ ଏହି ସବୁ ଦିଗ ପ୍ରତି ଦୃଷ୍ଟି ଦିଆଯାଇ ତଦନ୍ତ କରିବା ଆବଶ୍ୟକ । ଯେଉଁ ମୂଲ୍ୟରେ ଆକ୍ବାଗାର୍ଡ କିଣା ଯାଇଛି ସେହି ମୂଲ୍ୟରେ ଭଲ କମ୍ପାନୀର ଆକ୍ବାଗାର୍ଡ କିଣା ଯାଇ ପାରିଥାନ୍ତା ।ଏହି ଘଟଣା ସଂପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସୂଚନା ତଥ୍ୟ ମାଗିଥିଲେ ମଧ୍ୟ ସୂଚନା ତଥ୍ୟ ମିଳି ନାହିଁ । ସୂଚନା ଆଇନ ସଠିକ୍ ଢଙ୍ଗରେ କାର୍ଯ୍ୟ କରୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ ଏଠାରେ କୌଣସି କାର୍ଯ୍ୟାନୁଷ୍ଠାନର ପ୍ରଭାବ ମଧ୍ୟ ପଡୁ ନାହିଁ । ଏହି ଆକ୍ବାଗାର୍ଡ କିଣା ଦୁର୍ନୀତି ପଛରେ ବିଡିଓ ଓ ବ୍ଲକ୍ ଅଧ୍ଯକ୍ଷ ସନ୍ତୋଷ କୁମାର ପାଢୀଙ୍କ ହାତ ରହିଛି । ଏହି ଘଟଣାର ତଦନ୍ତ କରାଯାଇ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ତଦନ୍ତ ନାମରେ ଘଟଣାକୁ ଚପାଇ ଦେବା ପାଇଁ ଅପଚେଷ୍ଟା କଲେ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେବେ ବୋଲି ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି କହିଛନ୍ତି । ଆକ୍ବାଗାର୍ଡ କିଣା ଦୁର୍ନୀତି ସଂପର୍କରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ,ପଞ୍ଚାୟତରାଜ ମନ୍ତ୍ରୀ,ପଞ୍ଚାୟତରାଜ ପ୍ରମୁଖ ସଚିବ,ମୁଖ ସଚିବ,ନିର୍ଦ୍ଦେଶକ ଭିଜିଲାନ୍ସ,ଜିଲ୍ଲାପାଳ,ପ୍ରକଳ୍ପ ନିର୍ଦ୍ଦେଶକ,ଡିଆରଡିଏ ଏବଂ ଭିଜିଲାନ୍ସ ଏସପି ବ୍ରହ୍ମପୁରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here