ଭିଡିଓ କନଫରେନ୍ସରେ ପୁଡ଼ାମାରି ସରପଞ୍ଚଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ -୧୯ କାର୍ଯ୍ୟକ୍ରମ ଅନ୍ତର୍ଗତ ପଞ୍ଚୟତସ୍ତରୀୟ ପରିଚାଳନା ଜନିତ ଆଲୋଚନା ।

0
121

 

ବ୍ରହ୍ମପୁର, ୧୦/୦୮/୨୦୨୦:
କରୋନା ସଂକ୍ରମଣର ଭୟାବହତାର ବ୍ୟାପକତା ନେଇ ବିଶ୍ଵ ସମୁଦାୟ ନିର୍ବାକ ସାଜିଥିବା ବେଳେ ପ୍ରବାସୀ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରୁଥିବା ନିଜ ପରିଜନଙ୍କ ପାଇଁ ସାରା ଦେଶ ବ୍ୟଥିତ ହୋଇଥିଲା । କରୋନା ସଂକ୍ରମଣ ବହୁଳ ସହରରେ ଜୀବିକା ହରାଇ ଲକ୍ ଡାଉନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ରାଜ୍ୟ ସରକାରଙ୍କ ଫେରାଇ ଆଣିବାକୁ କରିଥିବା ଆବେଦନକୁ ଗ୍ରହଣ କରି କେନ୍ଦ୍ର ସରକାର ଯୋଜନାବଦ୍ଧ ଭାବରେ ଶ୍ରମିକଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ଦୃଷ୍ଟି ରଖିଥିଲେ ।ଶ୍ରମିକ ଏକ୍ସପ୍ରେସ ଓ ସଡ଼କ ପଥରେ ସ୍ଵତନ୍ତ୍ର ଭାବେ ବ୍ୟବସ୍ଥିତ ପ୍ରକ୍ରିୟାରେ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିଥିବା ବେଳେ ସେମାନଙ୍କୁ ନେଇ ଅଜବ ସ୍ଥିତି ଉପୁଜିଥିଲା ।ଓଡ଼ିଶା ରାଜ୍ୟକୁ ଏହି ସମୟରେ ପ୍ରାୟ ପାଞ୍ଚ ଲକ୍ଷ ଶ୍ରମିକ ଫେରିଥିବା ବେଳେ ସେମାନଙ୍କ ଦେଖାରଖା , ଉପଯୁକ୍ତ ଚିକିତ୍ସା ,ସଂଗରୋଧ କେନ୍ଦ୍ର ପରିଚାଳନା ଆଦିକୁ ନେଇ ପ୍ରଶାସନ ସହିତ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କ ପ୍ରମୁଖ ଭୂମିକା ରହିଥିଲା ।ସର୍ବୋପରି ପଞ୍ଚାୟତର ଜିଲ୍ଲାପାଳ କ୍ଷମତା ପ୍ରଦାନ ପରେ ସରପଞ୍ଚଙ୍କ ଉତ୍ତରଦାୟିତ୍ୱବୋଧ ଢେର୍ ଗୁଣରେ ବଢ଼ିଯାଇଥିଲା ।

ପ୍ରଶାସନର ନିର୍ଦ୍ଧାରିତ ପ୍ରବାସୀ ଶ୍ରମିକଙ୍କୁ ପଞ୍ଚାୟତ ସ୍ତରରେ ସଂଗରୋଧ କେନ୍ଦ୍ରରେ ରଖାଯାଇ ସେମାନଙ୍କ ଯାବତୀୟ ଦାୟିତ୍ୱ ବହନ କରିବା ଏକ ଚାଲେଞ୍ଜିଂ ମୁହୂର୍ତ୍ତ ହୋଇଥିଲେ ମଧ୍ୟ ପଞ୍ଚାୟତ ସ୍ତରରେ ସରପଞ୍ଚମାନେ ଏହାକୁ ସଫଳ କରାଇଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ସାଧୁବାଦ ପ୍ରଦାନ କରାଯାଇଛି ।ପରନ୍ତୁ କରୋନା ସଂକ୍ରମଣ ବ୍ୟାପକତା ସମୟରେ ସର୍ବାଧିକ ପ୍ରବାସୀଙ୍କ ଆଗମନରେ ଉପୁଜିଥିବା ଭୟାଭୟ ସଂକ୍ରମଣ ସ୍ଥିତିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ,ସାନଖେମୁଣ୍ଡି ଓ ହିଞ୍ଜିଳି କାଟୁ ବ୍ଲକରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ମୁକାବିଲା କରିଥିବା ସରପଞ୍ଚଙ୍କ ଭୂମିକା ଅବିସ୍ମରଣୀୟ ହୋଇଅଛି ।ରାଜ୍ୟ ସରକାରଙ୍କ ତଥ୍ୟ ଆଧାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଉପଲବ୍ଧି କରିବା ସହିତ ଏହି ତିନିଗୋଟି ବ୍ଲକର ସରପଞ୍ଚଙ୍କ ସହିତ ଭାବପୂର୍ଣ୍ଣ ଆଳାପ କରିବା , ପ୍ରଶାସନ ନିକଟରେ ସରପଞ୍ଚଙ୍କ ନିବିଡ଼ ସମ୍ପର୍କର ଦାୟିତ୍ୱବୋଧ ନେଇ ଉଲ୍ଲସିତ ଥିବା ଜଣା ଯାଇଛି ।

ଆଜି ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତିରେ ଆୟୋଜିତ ଏକ ଭିଡିଓ କନଫରେନ୍ସ ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ୫ – ଟି ସଚିବ ଶ୍ରୀ କାର୍ତ୍ତିକେୟ ପାଣ୍ଡିଆନ କୋଭିଡ୍ – ୧୯ କାର୍ଯ୍ୟକ୍ରମ ଅନ୍ତର୍ଗତ ରେ ସୁଚାରୁ ନିର୍ବାହ କରି ସଂକ୍ରମଣ ରୋକିବାରେ ସଫଳ କରାଇଥିବା ବହୁ ସରପଞ୍ଚଙ୍କ ସହ ଆଲୋଚନା କରିଥିବା ବେଳେ ସାନଖେମୁଣ୍ଡି ବ୍ଲକ୍ ପୂଡାମାରି ସରପଞ୍ଚଙ୍କ ଶ୍ରୀମତୀ ଭାଗ୍ୟଶ୍ରୀ ବିଷୋୟୀଙ୍କ ସହ ପଞ୍ଚାୟତ କରୋନା ସଂକ୍ରମଣ ନିରୋଧି ଜନିତ ପଦକ୍ଷେପର ଆଲୋଚନା କରିଛନ୍ତି ।ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସି ଙ୍କୁ ଆତିଥ୍ୟ ପ୍ରଦାନ,ସେବା ମନୋବୃତ୍ତିର ସହିତ ଖାଦ୍ୟପେୟ , ଚିକିତ୍ସା ପ୍ରଦାନ ,ପଞ୍ଚାୟତର କରୋନା ନିରାକରଣ ପାଇଁ ନିଆଯାଇଥିବା ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି ।
ଲିଙ୍କ୍ ଫେଲ୍ କାରଣରୁ ସାନଖେମୁଣ୍ଡି ବ୍ଲକରେ ଏହି ସୁବିଧା ଉପଲବ୍ଧ ନହେବା କାରଣରୁ ଶେରଗଡ଼ ବ୍ଲକ୍ ଭି ସି ହଲରେ ସାନଖେମୁଣ୍ଡି ର ବହୁ ସରପଞ୍ଚ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଓ ୫ – ଟି ସଚିବଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରୋୟ ଭାଉ ସାହେବ ଯୋଗଦେଇଥିଲେ ।ଶେରଗଡ଼ ବିଡ଼ିଓ ଶ୍ରୀ ସୁରଞ୍ଜନ କୁମାର ସାହୁ ,ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ କାର୍ଯ୍ୟକ୍ରମ ତତ୍ତ୍ଵାବଧାନ କରିଥିଲେ ।

ରିପୋର୍ଟ – ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here