ବି.ଡି.ପୁର ହାଇସ୍କୁଲ କରୋନା ପରୀକ୍ଷଣ ଶିବିରରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ।

0
103

 

ଭଞ୍ଜନଗର, ୧୨/୦୮/୨୦୨୦:
ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ତରଫରୁ ଆଜି ବୁଧବାର ଦିନ ବି.ଡି.ପୁର ହାଇସ୍କୁଲ ପରିସରରେ କୋରନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ପଞ୍ଚାୟତ ସ୍ତରରେ ଆୟୋଜିତ ହୋଇଥିବା ଏହି ସରକାରୀ ପରୀକ୍ଷଣ ଶିବିରରେ ସର୍ବମୋଟ ୨୨୦ ଜଣ ନିଜ ନିଜ କରୋନା ଲକ୍ଷଣ ଜନିତ ଆଣ୍ଟିଜେନ ଏବଂ ଆର୍ ଟି ପି ସି ଆର୍ ପରୀକ୍ଷା କରାଇଥିଲେ । ସମୟ ଅଭାବ ଜନିତ କାରଣରୁ 20 ଜଣଙ୍କ ପରୀକ୍ଷା ହୋଇପାରି ନଥିଲା । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଜଗନ୍ନାଥ ପ୍ରସାଦ ବ୍ଲକ୍ ଗସ୍ତ କରି କୋଭିଡ୍ – ୧୯ କାର୍ଯ୍ୟକ୍ରମ ଅନୁଧ୍ୟାନ ଭିତ୍ତିରେ ବି ଡି ପୁର ହାଇସ୍କୁଲରେ ଅନୁଷ୍ଟିତ ଆଣ୍ଟିଜେନ ପରୀକ୍ଷଣ ଶିବିର ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ ଶିବିରରେ ପହଞ୍ଚି କାର୍ଯ୍ୟକ୍ରମ ତଦାରଖ କରିବା ସହ ସମସ୍ତ ବ୍ୟବସାୟୀଙ୍କୁ କୋରନା ପରୀକ୍ଷା କରାଇବାକୁ ଅନୁପ୍ରେରିତ କରିଥିଲେ । କୋଭିଡ୍ -୧୯ ସ୍ୱତନ୍ତ୍ର ଏ.ଡି.ଏମ ବିଶାଳ ସିଂ, ଓ.ଏସ. ଡି ଅଶୋକ କୁମାର ପଣ୍ଡା , ଶାଶ୍ୱତ କୁମାର ପଟ୍ଟନାୟକ , ବି.ଡି.ଓ ସୁରେଶ କୁମାର ପଣ୍ଡା ,ତହସିଲଦାର ବାସୁଦେବ ପାଣ୍ଡେ ଓ ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ ଶିବିରରେ ଉପସ୍ଥିତ ରହି ସ୍ଥିତି ପରଖିବା ସହିତ ଜନସାଧାରଣଙ୍କ ମନୋଭାବରେ ପରିବର୍ତ୍ତନ ଆଣି ସମସ୍ତେ ନିଜନିଜ କରୋନା ପରୀକ୍ଷଣ କରାଇବାକୁ ଆହ୍ୱାନ କରିଥିଲେ । ସରପଞ୍ଚ ଶ୍ରୀ କୃଷ୍ଣଚନ୍ଦ୍ର ରଥ,ସମିତି ସଭ୍ୟ ଅମୀରକୁମାର ସ୍ୱାଇଁ , ବଣିକ ସଂଘ ସଭାପତି ବଂଶୀଧର ବାରିକ ,ପ୍ରଦୀପ ପ୍ରଧାନ,ସରୋଜ ନାୟକ,ପ୍ରଭାତ ବାରିକ , ଚକ୍ରଧର ପାଣିଗ୍ରାହୀ , ପ୍ରିୟ ରଞ୍ଜନ ରଥ , ଦିବାକର ରଥ , ଜିତେନ୍ଦ୍ର ରଥ , ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ , ଆଶାକର୍ମୀ ସମୂହ ଶିବିରରେ ସହାୟତା କରିଥିଲେ।

ରିପୋର୍ଟ – ଚିତ୍ରସେନ ପ୍ରଧାନ ।

LEAVE A REPLY

Please enter your comment!
Please enter your name here