ନୟାଗଡ଼ରେ ସ୍ଵାଧୀନତା ଦିବସର ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ।

0
125

 

ନୟାଗଡ଼,୧୩/୦୮/୨୦୨୦: କରୋନା ଜନିତ କଟକଣା ଜନିତ କାରଣରୁ ଚଳିତ ବର୍ଷର ସ୍ଵାଧୀନତା ଦିବସ ପାଳନ ନେଇ ଉତ୍ସାହରେ ବ୍ୟାଘାତ ସୃଷ୍ଟି ହୋଇଛି ।ବହୁ ଜନସମାଗମ ,ଆଡ଼ମ୍ବରପୂର୍ଣ୍ଣ ପାଳନ ବିଧିରେ କିଛି କଟକଣା ଲଗାଯାଇ ପାଳିତ କରାଯିବାକୁ ସରକାରୀ ନିୟମ କରାଯାଇଅଛି । ଆଉ ମାତ୍ର ୩ ଦିନ ପରେ ପାଳିତ ହେବାକୁଥିବ ୭୩ ତମ ସ୍ୱାଧିନତା ଦିବସ ପାଇଁ ଚଳିତ ବର୍ଷ ନୟାଗଡ଼ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସରେ ପତାକା ଉତ୍ତୋଳନ କରିବା ପାଇଁ ରାଜ୍ୟ ସରକାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡିଙ୍କ ନାମ ଘୋଷଣା କରିଛନ୍ତି । ମାନ୍ୟବର ମନ୍ତ୍ରୀ ଶ୍ରୀ ମାରାଣ୍ଡି ନୟାଗଡ଼ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ଭିତ୍ତିରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପୂର୍ବ ପ୍ରସ୍ତୁତି ଅନୁସାରେ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here