ଗୋଲିଆ ଗଣ୍ଡଗୋଳ ମାମଲାରେ ୧୦ ଗିରଫ

0
133

 

ବୁଗୁଡା, ୧୭/୦୮/୨୦୨୦: ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଗତ ଅଗଷ୍ଟ ୧୪ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ହୋଇଥିବା ଗଣ୍ଡଗୋଳ ଘଟଣାରେ ବୁଗୁଡା ଥାନାରେ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଆଜି ପୋଲିସ ଉଭୟ ପକ୍ଷରୁ ୫ ଜଣ ଲେଖାଁଏ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। କେଶ ନଂ ୨୨୩/୨୦ ପ୍ରକାରେ ଗୋଲିଆ ଗ୍ରାମର ଭଗବାନ ପ୍ରଧାନ, ମନୋଜ ପ୍ରଧାନ, ଦୀପକ କୁମାର ସାହୁ, ତ୍ରିଲୋଚନ ରାଉତ, ଓ ନିତ୍ୟାନନ୍ଦ ସାହୁ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଥିବା ବେଳେ କେଶ ନଂ ୨୨୪/୨୦ ପ୍ରକାରେ ଗୋଲିଆ ଗ୍ରାମର ରଞ୍ଜିତ ସ୍ଵାଇଁ ଓ ସୀତାରମ ରାଉତ ଏବଂ ଭାମଶ୍ୟାଳି ଗ୍ରାମର ଅନିଲ ପୋଲାଇ, କୃଷ୍ଣଚନ୍ଦ୍ର ଦାସ, ଓ ଅନନ୍ତ ସାମଲ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। କୋର୍ଟ ଚାଲାଣ ହୋଇଥିବା ୧୦ ଜଣଙ୍କ ଜାମିନ ଆବେଦନ ଖାରଜ ହେବାପରେ ସମସ୍ତଙ୍କୁ ଭଞ୍ଜନଗର ଉପକାରାଗର କୁ ପଠାଇ ଦିଆଯାଇଛି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here