ବୃତଙ୍ଗ ନଦୀଶଯ୍ୟାରୁ ନିଖୋଜ ଶିକ୍ଷକଙ୍କ ଗଳିତ ଉଲଗ୍ନ ଶବ ଉଦ୍ଧାର ।ହତ୍ୟା ଅଭିଯୋଗ କଲେ ପରିବାର ।

0
162

 

ନୟାଗଡ଼,୧୭/୦୮/୨୦୨୦:
ଦଶପଲ୍ଲା ଅଂଚଳର ଜଣେ ଶିକ୍ଷକଙ୍କ ଉଲଗ୍ନ ଏବଂ ଗଳିତ ଶବ ଆଜି ନଦୀଶର୍ଯ୍ୟାରୁ ଉଦ୍ଧାର କରାଯାଇଥିବା ବେଳେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ଦଶପଲ୍ଲା ଥାନା ଅନ୍ତର୍ଗତ ଘୁଗୁଡ଼ିପଡ଼ା ପଂଚାୟତ ମର୍ଦ୍ଦାବାଡ଼ି ଗ୍ରାମ ନଦୀସାହିତ ଶିକ୍ଷକ ସୀମାଞ୍ଚଳ ବିଶ୍ୱାଳ (୪୦) ଗତ ସ୍ୱାଧିନତା ଦିବସ ଠାରୁ ନିଖୋଜ ଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସନ୍ଧାନ ପାଇନଥିଲେ । ଆଜି ଘୁଗୁଡ଼ିପଡ଼ା ନିକଟ ବୃତ୍ତଙ୍ଗ ନଦୀ ଶର୍ଯ୍ୟାରେ ଶିକ୍ଷକଙ୍କ ଉଲଗ୍ନ ଏବଂ ଗଳିତ ଶବ ପଡ଼ିଥିବା ଦେଖା ଯାଇଥିଲା । ଜଣେ ଛେଳି ଚରାଳି ଶବ ପଡ଼ିଥିବା ଦେଖି ସୀମାଞ୍ଚଳଙ୍କ ପରିବାରକୁ ଖବର ଦେଇଥିଲା । ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ଏହା ସୀମାଞ୍ଚଳଙ୍କ ମୃତ ଦେହ ବୋଲି ଜାଣିବା ପରେ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ଏନେଇ ସୀମାଞ୍ଚଳଙ୍କ ବାପା ମୋହନ ବିଶ୍ୱାଳ ତାଙ୍କ ପୁଅକୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି । ମୃତ ସୀମାଞ୍ଚଳଙ୍କ ମୁହଁ ଓ ପିଠିରେ ଶକ୍ତ ଆଘାତ ଲାଗିଥିବା ବେଳେ ଦାନ୍ତ ସବୁ ଝଡ଼ି ଯାଇଥିବା ଦେଖାଯାଇଛି । ଏଥିସହିତ ତାଙ୍କ ଯୌନାଙ୍ଗ ଫୁଲି ଯାଇଥିବା ଦେଖାଯାଇଛି । ଯାହାକୁ ନେଇ ସୀମାଞ୍ଚଳକୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ।
ଶିକ୍ଷକ ସୀମାଞ୍ଚଳ କୁଲୁରୁକୁମ୍ପା ଗ୍ରାମ ପଂଚାୟତ ତଳଢିକିରି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଏବଂ ପତ୍ନି ରହିଛନ୍ତି । ଅନ୍ୟପକ୍ଷରେ ଅଭିଯୋଗକୁ ଆଧାର କରି ଦଶପଲ୍ଲା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ରିର୍ପୋଟକୁ ଅପେକ୍ଷା କରାଯାଇଥିବା ଜଣାଯାଇଛି ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ ।

LEAVE A REPLY

Please enter your comment!
Please enter your name here