ଯୁବ ସ୍ୱାଭିମାନ ଦିବସରେ ସୁମଣ୍ଡଳ ସ୍ଥିତ ସତସଙ୍ଗ ବିହାରରେ ରକ୍ତଦାନ ଶିବିର, ଜଣେ ମହିଳାଙ୍କ ସମେତ ୩୩ ଜଣଙ୍କ ସ୍ଵେଚ୍ଛାକୃତ ରକ୍ତଦାନ, ରକ୍ତଦାତା ଙ୍କୁ ଚାରା ବଣ୍ଟନ l

0
198

ଗଞ୍ଜାମ,୧୮/୦୮/୨୦୨୦(ଟୁକୁନା ପ୍ରଧାନ)-: ଯୁବ ସ୍ୱାଭିମାନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ନିକଟସ୍ଥ ସତସଙ୍ଗ ବିହାର ପରିସରରେ ସମ୍ବାଦ ଆମ ଓଡିଶା, ଉତ୍କଳ ଛାତ୍ର ସଂଗଠନ ଗଞ୍ଜାମ ଜିଲ୍ଲା ଶାଖା, ଜୀବନ ଦ୍ଵିତୀ ଏଜୁକେସନାଲ ଆଣ୍ଡ ଚାରିଟାବେଲ ଟ୍ରଷ୍ଟ୍, ଇଣ୍ଡିଆନ୍ ୟୁଥ ଆସୋସିଏସନ୍, (ଆଇ ଏ ୱାଇ ନ୍ୟୁଜ), ସତସଙ୍ଗ ବିହାର, ସୁମଣ୍ଡଳ ଓ ସାଙ୍କୁଡା ଯୁବ ଗୋଷ୍ଠୀ ର ମିଳିତ ସହଯୋଗରେ ଜଣେ ମହିଳାଙ୍କ ସମେତ ୩୩ ଜଣ ସ୍ଵେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ l ଆୟୋଜିତ ଏହି ରକ୍ତଦାନ ଶିବିରକୁ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ରାଜେନ୍ଦ୍ର ପ୍ରଧାନ ଉଦଘାଟନ କରିଥିବା ବେଳେ ଉତ୍କଳ ଛାତ୍ର ସଂଗଠନର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଗଣେଶ ମହାପାତ୍ର, ସୁମଣ୍ଡଳ ବନ ବିଭାଗ ଅଧିକାରୀ କମଳ ପାତ୍ର ସତସଙ୍ଗ ବିହାର ପକ୍ଷରୁ ମନୋଜ କୁମାର ସାହୁ, ଆଇ ଏ ୱାଇ ପ୍ରତିନିଧି ଟୁକୁନା ପ୍ରଧାନ, ଜଗବନ୍ଧୁ ସାହୁ ମାନବାଧିକାର ସୁରକ୍ଷା ସଂଗଠନ ରାଜ୍ୟ ସଭାପତି ଦେବାଶିଷ ମହାରଣା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ, ସଂସ୍କୃତ ଶିକ୍ଷକ ଅଶୋକ କୁମାର ପଣ୍ଡା, ପ୍ରକାଶ ଚନ୍ଦ୍ର ପାଣ୍ଡି, ବସନ୍ତ କୁମାର ବାରିକ, ଆରତ ବେହେରା , ବିଭୂତି ପ୍ରଧାନ, ଗଙ୍ଗାଧର ନାୟକ,ପ୍ରସନ୍ନ କୁମାର ଦୋରା ସୁଧାକର ମହାରଣା, ପ୍ରଦୀପ ବିଶ୍ଵାଳ, ଦୀନବନ୍ଧୁ ରାଉତ, ନରି ସାମଲ, ଯୋଗୀରାମ ଜେନା, ଯୁବ ସାମ୍ବାଦିକ ରଞ୍ଜିତ କୁମାର ସାହୁ, ଯୁବ ସୁଧାଂଶୁ ଶେଖର ପରିଡା ପ୍ରମୂଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି କରୋନା ସମୟରେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରୁଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରିଥିଲେ l ଦେବେନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ପ୍ରତାପ କୁମାର ବେହେରା, ଶ୍ରୀମତୀ ମାଧବୀ ବେହେରା, ଶ୍ରୀହର୍ଷ ନାୟକ, ମିଥୁନ ଜେନା, ତ୍ରିନାଥ ଭୂୟାଁ, ରୋହିତ ସେଠୀ, ବୁବୁନା ଜେନା, ତ୍ରିଲୋଚନ ମହାପାତ୍ର, ଆଶିଷ ରଞ୍ଜନ ବେହେରା, ଶଙ୍କର ନାୟକ, ଦୁର୍ଯ୍ଯୋଧନ ଜେନା, ରାଜୀବ କୁମାର ସ୍ଵାଇଁ, ପ୍ରଣବ କୁମାର ଦାଶ, ମୁନ୍ନା ପ୍ରଧାନ, ରବିନ୍ଦ୍ର କୁମାର ସେଠୀ, ଶିବରାମ ତରାଇ, ନାରାୟଣ ସାହୁ, ରବିନ୍ଦ୍ର ପ୍ରଧାନ, ତୋଫାନ୍ ମହାନ୍ତି, ନିରାକାର ମହାନ୍ତି, ଉତ୍ତମ ସ୍ଵାଇଁ, ଶୁଭେନ୍ଦୁ ରଣl, ପ୍ରଶାନ୍ତ କୁମାର ସ୍ଵାଇଁ , ପ୍ରଦୀପ ରଞ୍ଜନ ରାଉତ, ରଞ୍ଜିତ କୁମାର ସାହୁ, ଅଭିଳାଷ ମହାରଣା, ଶ୍ରୀରାମ ଜେନା, ଶାନ୍ତନୁ ପ୍ରଧାନ, ପ୍ରଶାନ୍ତ ପରିଡା, ସନ୍ୟାସୀ ପ୍ରଧାନ , ମାନସ ସାହୁ, ଯୋଗୀ ଜେନା, ଶ୍ରୀ ଗଣେଶ ମହାପାତ୍ର ପ୍ରମୁଖ ରକ୍ତଦାନ କରିଥିଲେ l ଏହି ଶିବିରରେ ସମସ୍ତ ରକ୍ତଦାତାଙ୍କୁ ବୃକ୍ଷରୋପଣ କରିବା ପାଇଁ ଚାରା ବଣ୍ଟନ କରାଯାଇଥିଲା l ବ୍ରହ୍ମପୁର ଏମ୍ କେ ସି ଜି ରକ୍ତ ଭଣ୍ଡାର ପକ୍ଷରୁ ଡା. ରାଜେନ୍ଦ୍ର ପ୍ରଧାନ, ସୁଶାନ୍ତ କୁମାର ପାଣିଗ୍ରାହୀ, ପ୍ରଦୀପ କୁମାର ସୁବୁଦ୍ଧି, ଦେବାଶିଷ ପଣ୍ଡା, ନାଗ ଭୂଷଣ ପ୍ରଧାନ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ l କରୋନା ପାଇଁ ସମସ୍ତେ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here