ଭୂବନେଶ୍ୱର,୨୧/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ନିକଟ ରେ ପ୍ରକାଶ ପାଇଥିବା ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳରେ ଯେଉଁ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନ ଥିବେ ସେମାନେ ରି-ଆଡିସନ୍/ରି-ଚେକିଂ ପାଇଁ ଆସନ୍ତା ୨୧ ତାରିଖ ତଥା ଶୁକ୍ରବାରଠାରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହାର ସବିଶେଷ ତଥ୍ୟ ଶୁକ୍ରବାର ‘chseodisha.nic.in <http://chseodisha.nic.in>’ ୱେବସାଇଟ୍ରେ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ୱେବସାଇଟ୍ର ମାର୍କସିଟ୍କୁ ଡାଉନ୍ଲୋଡ କରି ଉଚ୍ଚତର ଶିକ୍ଷା ପାଇଁ ଆବେଦନ କରିପାରିବେ। କମ୍ପ୍ୟୁଟରାଇଜ୍ଡ ମାର୍କସିଟ୍, ସାର୍ଟିଫିକେଟ୍ ଓ ମାଇଗ୍ରେସନ ସାର୍ଟିଫିକେଟ୍ ସେମାନଙ୍କ ମହାବିଦ୍ୟାଳୟ ମାଧ୍ୟମରେ ପରବର୍ତୀ ସମୟରେ ପ୍ରଦାନ କରାଯିବ ।