କରୋନା ମହାମାରୀ ରେ ଆଳୁ ର କଳାବଜାରୀ

0
153

 

ନୟାଗଡ଼,୨୮/୦୮/୨୦୨୦:ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ ଏବଂ ଲଗାଣ ବର୍ଷା ସହ କଳାବଜାରୀକୁ ବେଶ ସୁହାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଳୁ ଅଢ଼େଇ କେଜିକୁ ଆଜି ଶହେ ଛୁଇଁଛି । ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଆଳୁ ଅଢ଼େଇ କେଜିକୁ କେଉଁଠି ୯୦ ତ ପୁଣି କେଉଁଠି ୯୫ ବିକ୍ରି ହେଉଥିବା ବେଳେ ଆଖପାଖ ସହର ଏବଂ ଗ୍ରାମଞ୍ଚଳରେ ଏହା ଶହେ ଛୁଇଁଛି । ଲକ୍‌ଡାଉନ୍ ସମୟରେ ହଜାର ହଜାର ଲୋକ ସେମାନଙ୍କ ରୋଜଗାର ହରାଇ ବସିଥିବା ବେଳେ ଗରୀବ ପରିବାରର ଏକମାତ୍ର ସାଥି ପରିବା ଆଳୁର ଦରବୃଦ୍ଧି ଏବେଇ ଚିନ୍ତା ସୃଷ୍ଟି କରିଛି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନାନୁସାରେ, କିଛି ଗୋଦାମ ମାଲିକ ଜାଣିଶୁଣି ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ଜଣାଯାଇଛି । ଗୋଟିଏ ଗୋଟିଏ ଆଳୁ ବସ୍ତା ପିଛା ୨ ଶହ ଟଙ୍କାର ମୁଲ୍ୟ ବୃଦ୍ଧି କରିବାରୁ ଏଭଳି ସମସ୍ୟା ଉପୁଜିଥିବା ଜଣାଯାଇଛି । ଜିଲ୍ଲା ଯୋଗାଣ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଚାଲିଥିବା ଏହି କଳାବଜାରୀ ରୋକିବାକୁ ଦାବି ହେଉଛି ।

ରିପୋର୍ଟ: ରବିନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here