ବଳଦ ସହ ଭସିଗଲେ ଚାଷୀ ।

0
139

 

ନୟାଗଡ଼,୨୮/୦୮/୨୦୨୦:ବଳଦ ଗାଧାଇବା ସମୟରେ ଆଜି ଜଣେ ଚାଷୀ ଏବଂ ବଳଦ ଭରା ମହାନଦୀରେ ଭାସି ଯାଇଥିଲେ । ତାଙ୍କ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ, ଭାପୁର ବ୍ଲକ ପଥରଚକଡ଼ା ଗ୍ରାମର ପଂଚୁ ଗୋଚ୍ଛୀ ତାଙ୍କ ଜମିରେ ଚାଷ କାର୍ଯ୍ୟ ସାରି ନଦୀରେ ବଳଦ ଗାଧୋଉଥିଲେ । ଏହି ସମୟରେ ଉଭୟ ବଳଦ ଏବଂ ପଂଚୁ ନଦୀରେ ଭାସି ଯାଇଥିଲେ । ଖବରପାଇ ଫତେଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଦୁଇ ବଳଦ ଏବଂ ପଂଚୁଙ୍କୁ ନଦୀରୁ ଉଦ୍ଧାର କରିଥିବା ଜଣାଯାଇଛି । ସେମାନଙ୍କୁ ମାଧପୁର ନିକଟରୁ ଉଦ୍ଧାର କରାଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ: ରବିନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here