ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

0
349

 

ନୂଆଦିଲ୍ଲୀ,୩୧/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ତାଙ୍କ ପରଲୋକ ସମ୍ପର୍କରେ ସୂଚନା ଦେଇଛନ୍ତି ପୁଅ ଅଭିଜିତ ମୁଖାର୍ଜୀ । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା । ସେ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଫୁସଫୁସ୍ ସଂକ୍ରମଣରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ । ୨୦୧୨ରୁ ୨୦୧୭ ଯାଏଁ ରାଷ୍ଟ୍ରପତି ପଦରେ ଥିଲେ।
ପ୍ରଣବ ମୁଖାର୍ଜୀଙ୍କୁ ୨୦୦୮ ମସିହାରେ ପଦ୍ମ ବିଭୂଷଣ ଓ ୨୦୧୯ରେ ଭାରତ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଛି । ୨୦୧୩ରେ ତାଙ୍କୁ ବାଙ୍ଗଲାଦେଶର ସର୍ବୋଚ୍ଚ ସମ୍ମାନ ବାଂଲାଦେଶ ମୁକ୍ତି ଯୋଦ୍ଧା ସମ୍ମାନ, ୨୦୧୬ରେ ଆଇଭରୀକୋଷ୍ଟର ନେସନାଲ ଅର୍ଡ଼ର ଅଫ୍ ଆଇଭରି କୋଷ୍ଟ, ୨୦୧୭ରେ ସାଇପ୍ରସର ଅର୍ଡ଼ର ଅଫ୍ ମାକାରୋସ-୩ ସମ୍ମାନ ସମ୍ମାନିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here