ଓଡ଼ଗାଁ ରାସ୍ତା ସୌନ୍ଧର୍ଯ୍ୟକରଣ ପାଇଁ ପଥପାର୍ଶ୍ଵ ବୃକ୍ଷରୋପଣରୁ ପ୍ରୟାସ ଆରମ୍ଭ କଲା ବନ ବିଭାଗ ।

0
133

ନୟାଗଡ଼, ୦୬/୦୯/୨୦୨୦:
ଓଡ଼ଗାଁର ରାସ୍ତାର ଦୁଇ ପର୍ଶ୍ୱକୁ ସରସ ସୁନ୍ଦର କରାଯିବାକୁ ନେଇ ପ୍ରୟାସ ଆରମ୍ଭ ହୋଇଥିବା ଲକ୍ଷ କରାଯାଇଛି ।ଏଥି ନେଇ ବନବିଭାଗ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ କରାଯିବା ନେଇ କାମ ଆରମ୍ଭ ହୋଇଛି । ଓଡ଼ଗାଁ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟଠାରୁ ପଥରା ପର୍ଯ୍ୟନ୍ତ ଆମ୍ବ, ପଣସ ଓ ନଡ଼ିଆ ଚାରା ରୋପଣ କାର୍ଯ୍ୟକୁ ଗତକାଲି ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍‌.ଡି ଶୁଭାରମ୍ଭ କରିଛନ୍ତି । ଅନୁଷ୍ଠିତ ଏହି ବୃକ୍ଷରୋପଣ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ , ବିଭୂପ୍ରସାଦ ସାହୁ , ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା , ସାମ୍ବଦିକ ସାରସ କୁମାର ମିଶ୍ର ଏବଂ ଅଶୋକ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ବନପାଳ ଜ୍ୟୋତିରଞ୍ଜନ ମାନସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here