ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳାଫଳରେ ନୟାଗଡର ସଫଳତା

0
124

ନୟାଗଡ଼
,୦୬/୦୯/୨୦୨୦ ,
ସାରା ରାଜ୍ୟରେ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ନୟାଗଡ଼ ଜିଲ୍ଲାର ଫଳାଫଳ ପ୍ରକାରେ କଳାରେ ୭୨.୩୫ ପ୍ରତିଶତ ପାସ ହାର ରହିଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୬୭,୪୪ ପ୍ରତିଶତ ପାସ୍ ହାର ରହିଥିବା ଜଣା ଯାଇଅଛି । ସୂଚନା ପ୍ରକାରେ ଓଡ଼ଗାଁ ସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ୨୪୦ ଜଣ ଛାତ୍ରଛାତ୍ରୀ କଳାରେ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯ ଜଣ ପ୍ରଥମ ଶ୍ରେଣୀ , ୫୧ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୯୩ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିବା ଜଣାଯାଇଛି । ଅନ୍ୟପକ୍ଷରେ ପତ୍ରବିନିମୟ ମାଧ୍ୟମରେ ପରୀକ୍ଷା ଦେଇଥିବା ୨୫ ଜଣଙ୍କ ମଧ୍ୟରୁ ଦ୍ୱିତୀୟ ଶ୍ରେଣୀରେ ୩ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୧ ଜଣ ପାସ କରିଥିବା ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱୀନ ନାୟକ ସୂଚନା ଦେଇଛନ୍ତି । ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁଶ୍ରୀ ମମତା ସାହୁ ୫୧୫ ମାର୍କ ରଖି କଲେଜ ଟପ୍ପର ହୋଇଥିବା ବେଳେ ସୁଶ୍ରୀ ସିତା ଭୁଜବଳ ୫୦୧ ମାର୍କ ରଖି ଦ୍ୱିତୀୟ ଏବଂ ମାନଵ କୁମାର ପ୍ରଧାନ ୪୭୯ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ରିପୋର୍ଟ୍ – ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here