ଚେମେଡି ଗ୍ରାମରେ ନଳକୂପ ସଜାଡୁ ନାହିଁ ବ୍ଲକ୍ ପ୍ରଶାସନ ।ପାନୀୟ ଜଳର ଅସୁବିଧା ଭୋଗୁଛନ୍ତି ୧୫ ପରିବାର ।

0
257

 

ନୟାଗଡ଼,୦୬/୦୯/୨୦୨୦ :
ଓଡ଼ଗାଁ ବ୍ଲକ୍ ବାଠପୁର ପଞ୍ଚାୟତର ଚେମେଡି ଗ୍ରାମରେ ସରକାରଙ୍କ ଦ୍ଵାରା ସ୍ଥାପନ କରାଯାଇଥିବା ଏକମାତ୍ର ନଳକୂଅ ଉପରେ ଗ୍ରାମର ୧୫ ପରିବାର ଭରସା କରୁଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ବିଭାଗ ନଜର ଅନ୍ଦାଜ କରୁଥିବା ଜଣାଯାଇଛି ।ପାନୀୟ ଜଳ ବ୍ୟବସ୍ଥା ପାଇଁ ଗ୍ରାମରେ ଅନ୍ୟ କୋୖଣସି ମାଧ୍ୟମ ନଥିବା କାରଣରୁ ସାହି ବାସିନ୍ଦା ବର୍ଷାଋତୁରେ ପିଇବା ପାଣି ପାଇଁ ଅସୁବିଧାରେ ଥିବା ଅଭିଯୋଗ କରିଛନ୍ତି ।ଏକମାତ୍ର ନଳକୂଅ ଆଜକୁ ୨୫ ଦିନ ହେଲା ଖରାପ ହୋଇଥିଲେ ମଧ୍ୟ ସରପଞ୍ଚଙ୍କ ଠାରୁ ବ୍ଲକ୍ ପାନୀୟ ଜଳ ବିଭାଗ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଚେମେଦି ଗ୍ରାମର ନଳକୂଅ ମରାମତି ହେଉନଥିବା ଗ୍ରାମବାସୀଙ୍କୁ ବିସ୍ମିତ କରିଅଛି ।ବ୍ଲକ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଉକ୍ତ ନଳକୂଅ ମରାମତି କରାଇବାକୁ ଦାବୀ ରଖିଛନ୍ତି ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here