ମିନି ବସ୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

0
189

ବୁଗୁଡ଼ା, ୦୭/୦୯/୨୦୨୦: ବୁଗୁଡ଼ା ନିକଟସ୍ଥ ଗୋଲିଆ ବାଦୁଆ ରୋଡ ଛକରେ ପ୍ରେମସାଇ ନାମକ ଏକ ମିନିବସ୍ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ଯୋଗୁଁ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବୁଗୁଡ଼ରୁ କୋଦଳାକୁ ଯାଉଥିବା ଏହି ମିନିବସ ଗୋଲିଆ ମୁଖ୍ୟ ସଡ଼କକୁ ସଂଯୁକ୍ତ କରିଥିବା ବାଦୁଆ ଛକଠାରେ ବିରଞ୍ଚିପୁର ଗ୍ରାମର ମୁନା ପାତ୍ର ପୋଲସରାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ମୁନାଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ପ୍ରଥମେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ୧୦୮ ଯୋଗେ ବୁଗୁଡ଼ା ହସ୍ପିଟାଲ କୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର୍ ସ୍ଥାନାନ୍ତରିତ କରାଯାଇଛି। ପ୍ରକାଶ ଥାଉକି, ଏହି ଛକଟି ବୁଗୁଡ଼ା,ପୋଲସରା,ବାଦୁଆ ଓ ଗୋଲିଆକୁ ସଂଯୋଗ କରୁଥିବା ଏକ ଚାରିଛକିଆ ହୋଇଥିବା ବେଳେ ଏଠି ପ୍ରତ୍ୟହ କିଛି ନା କିଛି ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି।

ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here