୧୫ଦିନ ବିତିଯାଇଥିଲେ ସୁଦ୍ଧା ଏବେବି ବାହ୍ୟ ଜଗତରୁ ବିଛିନ୍ନ ଅଛି ଯାଜପୁର ଜିଲ୍ଲାର ବିଞ୍ଝାରପୁର ଓ ଦଶରଥପୁର ବ୍ଳକର ଅନେକ ଗାଁ।

0
134

ଯାଜପୁର,୦୭/୦୯/୨୦୨୦:ମହାକାଳ ବନ୍ୟାର ତାଣ୍ଡବଲୀଳା କର୍ମଜୀବୀ ମଣିଷର ଜୀବନ ଜୀବିକା ସବୁକିଛି ଛଡ଼ାଇ ନେଇଯାଇଥିବାବେଳେ ଆଜକୁ ଦୀର୍ଘ ୧୫ଦିନ ବିତିଯାଇଥିଲେ ମଧ୍ୟ ଏବେବି ବିଞ୍ଝାରପୁର ଓ ଦଶରଥପୁର ବ୍ଳକର ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ଥିବାର ଦେଖିବାକୁ ମିଳିଛି।ସେଥିମଧ୍ୟରୁ ବାଙ୍ଗରା ପଞ୍ଚାୟତର କଣ୍ତିତର,ଗୁଣ୍ଡୁରୀପଡା ଥିବାବେଳେ ହଲଦୀଡିହ ପଂଚାୟତର ଫଳପୁର,କୁସୁନିପୁର,ହଳଦୀଡିହ , ଚମ୍ପାପାଳ,ଅନ୍ଧାଳ,ଗୁହାଳୀ, ବିରିପଟା ପଂଚାୟତର ବଡ଼କୁଆଁଲ ଦଶରଥପୁର ବ୍ଳକର ଖାନନଗର ପଞ୍ଚାୟତର ଧନୀପୁରର କିଛି ଅଂଶ ,କୟାନ ପଞ୍ଚାୟତର କେଳାଙ୍ଗ,ମାଧପୁର ଆଦି ଅନ୍ୟତମ।ଏଠାରେ ପ୍ରଶାସନ ତରଫରୁ ରିଲିଫ ଦିଆଯାଉଥିବାର ଦେଖିବାକୁ ମିଳିଥିବା ବେଳେ ତାହା ସମୁଦ୍ରକୁ ଶଙ୍ଖେପାଣି ଅନୁଭବକରି ଦଶରଥପୁର ବ୍ଲକର ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପରିଚାଳିତ ସଂସ୍ଥା ମଙ୍ଗଳପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ନିଜସ୍ୱ ପ୍ରଚେଷ୍ଟାରେ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଥିବାର ଦେଖିବାକୁ ମିଳିଛି।ଏଥିରେ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ଼୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର, ସାଧୁ ନିଲୁ ବାବା,ସାମ୍ବାଦିକ ଜ୍ୟୋତିଶଙ୍କର ରାଏ,ଅଧ୍ୟାପକ ଭରତ ଚନ୍ଦ୍ର ବେହେରା, ମାନସ ସେଠ,ମାମିନା ମଲ୍ଲିକ ଆଦି ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here