ନୟାଗଡ଼ ପୁଲିସ ଜିଲ୍ଲାର ୯ ଥାନାଧିକାରୀଙ୍କୁ ଅଦଳ ବଦଳ କଲେ ଆରକ୍ଷୀ ଅଧିକ୍ଷକ ।

0
132

ନୟାଗଡ଼, ୦୮/୦୯/୨୦୨୦:ଜିଲ୍ଲା ପୁଲିସ ଅଧିକ୍ଷକଙ୍କ କାର୍ଯ୍ୟଳୟ ଆଦେଶ ଅନୁସାରେ ଜିଲ୍ଲାର ୯ ଥାନା ଅଧିକାରୀଙ୍କୁ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ବଦଳି କରିଥିବା ଜଣାଯାଇଛି । ବିଭାଗୀୟ ଆଦେଶ ନଂ ୧୦୯୭ ଅନୁଯାୟୀ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କର ନୂଆଗାଁ ଥାନାକୁ ବଦଳି ହୋଇଥିବା ବେଳେ ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକଙ୍କର ଇନିପେକ୍ଟର ଆୟୁସିଏଏବ୍ଲ୍ୟୁ ଭାବେ ବଦଳି ହୋଇଅଛି। ସେହିଭଳି ଭାବେ ଦଶପଲ୍ଲା ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟଙ୍କର ଖଣ୍ଡପଡ଼ା ଥାନାକୁ ବଦଳି ହୋଇଥିବା ବେଳେ ଖଣ୍ଡପଡ଼ା ଥାନା ଅଧିକାରୀ ବିମଳ ମଲ୍ଲିକଙ୍କର ଶରଣକୂଳ ଥାନାକୁ ବଦଳି ହୋଇଛି । ଶରଣକୂଳ ଥାନା ଅଧିକାରୀ କିରଣ ହେମ୍ବମଙ୍କୁ ଦଶପଲ୍ଲା ଥାନା ଅଧିକାରୀ ଭାବେ ବଦଳି କରାଯାଇଥିବା ଜଣାଯାଇଛି । ନିକଟରେ ଚାନ୍ଦପୁର ଥାନା ଦାୟିତ୍ୱ ଗ୍ରହଣ କରିଥିବା ଜ୍ୟୋତିପ୍ରକାଶ ପଣ୍ଡାଙ୍କୁ ରଣପୁର ଥାନାକୁ ବଦଳି କରାଯାଇଥିବା ବେଳେ ରଣପୁର ଥାନା ଅଧିକାରୀ ରଶ୍ମି ରଂଜନ ଦାଶଙ୍କୁ ଚାନ୍ଦପୁର ଥାନାକୁ ବଦଳି କରାଯାଇଥିବା ଜଣାପଡ଼ିଛି । ଶ୍ରେଷ୍ଠ ଏସ୍‌ଆଇ ଭାବେ ପୁରସ୍କୃତ ହୋଇଥିବା ଗଣିଆ ଥାନା ଅଧିକାରୀଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଥିବା ବେଳେ କଣ୍ଟିଲୋ ଫାଣ୍ଡିର ଜେ.ପି ପରିଡ଼ାଙ୍କୁ ଗଣିଆ ଥାନାକୁ ବଦଳି କରାଯାଇଛି । କଣ୍ଟିଲୋ ଫାଣ୍ଡି ଅଧିକାରୀ ପଦବୀ ବର୍ତ୍ତମାନ ପାଇଁ ଖାଲି ଥିବା ସୂଚନା ରହିଅଛି । ଜିଲ୍ଲାରେ ଏକ ସମୟରେ ଅପ୍ରତ୍ୟାଶିତ ଭାବରେ ବହୁ ସଂଖ୍ୟାରେ ଥାନା ଅଧିକାରୀଙ୍କ ଅଦଳ ବଦଳକୁ ନେଇ ଆଜି ଦିନ ତମାମ୍ ଚର୍ଚ୍ଚା ଲାଗି ରହିଛି । ଜିଲ୍ଲା ପୁଲିସ କାର୍ଯ୍ୟଳୟ ପକ୍ଷରୁ ଦୀର୍ଘ ଦିନ ହେବ ଥାନା ଅଧିକାରୀଙ୍କ ବଦଳି ହୋଇନଥିବା ନେଇ ସ୍ଥଳ ବିଶେଷରେ ଅସନ୍ତୋଷ ସୃଷ୍ଟି ହେଉଥିବା , ବହୁ ଦିନଧରି ଗୋଟିଏ ସ୍ଥାନରେ ରହିବା କାରଣରୁ ମନମୁଖୀ ଶାସନ ଚାଲିଥିବାର ଅଭିଯୋଗ ହୋଇ ଆସୁଥିଲା । ଆଜିର ଏହି ବଦଳି ନିର୍ଦ୍ଦେଶରେ ଜିଲ୍ଲା ପୁଲିସ ପ୍ରତି ସ୍ଥାନୀୟ ବାସିନ୍ଦାଙ୍କ ବିଭାଗୀୟ ଆସ୍ଥା ବଳବତ୍ତର ରହିବା ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇ ଅଛି ।ବଦଳି ଆଦେଶକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ଆରକ୍ଷୀ ଅଧିକ୍ଷକ ଆର୍‌ ଓ ଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here