ବାଚସ୍ପତି ଙ୍କ ଅଧ୍ଯକ୍ଷତାରେ ବିଧାନସଭା ଅଧିବେଶନ ପାଇଁ ପ୍ରସ୍ତୁତି ବୌଠକ

0
155

ଭୂବନେଶ୍ୱର,୦୭/୦୯/୨୦୨୦(ବ୍ୟୁରୋ ରିପୋର୍ଟ)ଓଡିଶା ବିଧାନ ସଭାର ଆଗକୁ ଥିବା ପ୍ରସ୍ଥାବିତ ଅଧିବେଶନକୁ ଆଖିଆଗରେ ରଖି ରାଜ୍ୟରେ ଥିବା କୋଭିଡ ପରିସ୍ଥିତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କୋଭିଡ ନିୟମାବଳିକୁ ଆଖିଆଗରେ ରଖି ବିଧାନ ସଭା କିଭଳି ଚାଲିବ, ମୁଖ୍ୟତଃ; ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଖିଆଗରେ ରଖି ଡଃ ସୂର୍ଯ୍ୟ ନାରାୟଣ ପାତ୍ର, ମାନ୍ୟବର ବାଚସ୍ପତି, ଓଡିଶା ବିଧାନ ସଭାଙ୍କ ସଭାପତିତ୍ଵରେ ବିଧାନସଭାରେ ତାଙ୍କ ପ୍ରକୋଷ୍ଠରେ କୋଭିଡ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ବୈଠକ ବସିଥିଲା । କୋଭିଡ ନିୟମକୁ ଆଖିଆଗରେ ରଖି ସମସ୍ତ ମନ୍ତ୍ରୀ ମଣ୍ଡଳର ସଦସ୍ୟ/ସଦସ୍ୟା, ବିଧାୟକ/ବିଧାୟୀକା ଓ ସେମାନଙ୍କର କାର୍ଯ୍ୟାଳୟର କର୍ମଚାରୀ ଏବଂ ବିଧାନସଭାର ସମସ୍ତ କର୍ମଚାରୀ ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ସମସ୍ତଙ୍କ ବିଧାନସଭା ପରିସରରେ ସକାଳ ୭.୦୦ ଘଣ୍ଟା ଠାରୁ ସ୍ଵାବ ପରୀକ୍ଷା କରାଯିବ । ପୁଣି ବିଧାନସଭା ବସିବାର ପଞ୍ଚମ ଦିନରେ ପୁଣି ଦ୍ଵିତୀୟଥର ସ୍ଵାବ ପରୀକ୍ଷା କରାଯିବ । ଯେଉଁମାନଙ୍କର ପଜିଟିଭ୍ ବାହାରିବ ସେମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ କରାଯିବ ନାହିଁ । ସମସ୍ତ ଉପରୋକ୍ତ ବ୍ୟକ୍ତି ବିଶେଷ ମାସ୍କ ଏବଂ ହେଣ୍ଡ ଗ୍ଲୋବସ ଲଗାଇ ବିଧାନସଭା ପରିସରକୁ ଆସିବେ । ସେମାନଙ୍କୁ ମାସ୍କ, ହେଣ୍ଡ ଗ୍ଲୋବସ, ଫେସ ପ୍ଲାଷ୍ଟିକ କଭର ଏବଂ ସେନିଟାଇଜର ଯୋଗାଇ ଦିଆଯିବ । ତା ପୂର୍ବରୁ ପ୍ରତ୍ୟେକ ଦିନ ବିଧାନସଭାକୁ ସେନିଟାଇଜେସନ କରାଯିବ । ଯେଉଁ ମାନ୍ୟବର ମନ୍ତ୍ରୀ ଏବଂ ମାନ୍ୟବର ବିଧାୟକ/ବିଧାୟୀକା ମାନଙ୍କ ୬୦ ବର୍ଷରୁ ଉର୍ଦ୍ଧ, ସେମାନେ ଚାହିଁଲେ ନିଜ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ଭିଡିଓ କନଫେରେନ୍ସରେ ବସି ଭାଗ ନେଇପାରିବେ କିମ୍ବା ଭୁବନେଶ୍ଵରରେ ଏନ.ଆଇ.ସି. କିମ୍ବା ଓକାକ୍ ଠାରେ ବସିବା ପାଇଁ ବ୍ୟବସ୍ତା କରାଯିବ । ପ୍ରତ୍ୟକ ସଭ୍ୟ/ସଭ୍ୟା ବିଧାନସଭାରେ ସାମାଜୀକ ଦୁରତ୍ଵ ବଜାୟ ରେଖି ବସିବେ । ବିଧାନସଭା ଚାଲିଲା ବେଳେ କୌଣସି ରାଜ୍ୟ ସରକାରଙ୍କ କର୍ମଚାରୀ ବିଧାନସଭା କାର୍ଯ୍ୟନେଇ ବିଧାନସଭାକୁ ଆସିବାକୁ ଥିବ, ତା ପୂର୍ବରୁ ସେମାନେ ସରକାରୀ ସ୍ତରରେ ସେମାନଙ୍କ ସ୍ଵାବ ପରୀକ୍ଷା କରି ରିପୋର୍ଟ ଧରି ଆସିବେ ।
ଏହି ସମସ୍ତ ସ୍ୱାସ୍ଥ୍ୟ ଜନିତ କାର୍ଯ୍ୟକ୍ରମ ଭୁବନେଶ୍ଵର ମହାନଗର ନିଗମ ଦ୍ଵାରା ସ୍ୱାସ୍ଥ୍ୟ ବିଭାଗର ସହାୟତାରେ ବିଧାନସଭା ପରିସରରେ ହେବ । ଏହି କୋଭିଡ ପରିଚାଳନା ପାଇଁ ମାନ୍ୟବର ବାଚସ୍ପତିଙ୍କ ସମେତ ମାନ୍ୟବର ସାଂସଦୀୟ ବ୍ୟାପାର ମନ୍ତ୍ରୀ, ଶ୍ରୀ ବିକ୍ରମ କେଶରୀ ଆରୁଖ, ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ, ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ଵରେ ଥିବା ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର, ଭୁବନେଶ୍ଵର ମହାନଗର ନିଗମ କମିସନର ଶ୍ରୀଯୁକ୍ତ ପ୍ରେମ ଚନ୍ଦ୍ର ଚୌଧୁରୀ ଯୋଗଦେଇ ଏହି ଆଲୋଚନାରେ ଭାଗନେଇଥିଲେ ।

LEAVE A REPLY

Please enter your comment!
Please enter your name here