ମୋ ପରିବାର , ଜୀବନବିନ୍ଦୁ କାର୍ଯ୍ୟକ୍ରମ ନେଇ ସାନଖେମୁଣ୍ଡି ବିଜେଡ଼ିର ପ୍ରସ୍ତୁତି ବୈଠକ ।

0
444

ବ୍ରହ୍ମପୁର,୦୯/୦୯/୨୦୨୦: ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାନସ କାର୍ଯ୍ୟକ୍ରମ ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ବ୍ଲକ୍ ସ୍ଥରରେ ସଫଳ ରୂପାୟନ କରାଇବା ନେଇ ଏକ ପ୍ରସ୍ତୁତି ବୈଠକ ଆଜି ସାନଖେମୁଣ୍ଡି ବ୍ଲକ ସ୍ତରରେ ଅନୁଷ୍ଠିତ ହୋଇଅଛି । ରାଧାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଉସ୍ତା ଜଗନ୍ନାଥପୁର ସ୍ତିତ ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ଏହି ପ୍ରସ୍ତୁତି ବୈଠକରେ ରାଜ୍ୟ ଓସକାର୍ଡ ବ୍ୟାଙ୍କ୍ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ସୁବାସ ମହାରଣା ,ଜିଲ୍ଲା ସମ୍ପାଦକ ଜଗନ୍ନାଥ ସାବତ ପ୍ରମୁଖ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ । ସାନଖେମୁଣ୍ଡି ବିଜେଡ଼ି ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ,ବୃକ୍ଷ ରୋପଣ ସହିତ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହେବା ନିଶ୍ଚିତ କାରଣରୁ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ ସହ ଆଗାମୀ ୨୦ ତାରିଖରେ ସାନଖେମୁଣ୍ଡି ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ! ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ଆସିକା ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ୱାଇଁ . ଅମିନ ପ୍ରଧାନ ଜଗନ୍ନାଥ ପାତ୍ର , ସଞ୍ଜୟ ରାଉତ. ଛାତ୍ର ବିଜେଡି ନେତା କାଳୁ ଚରଣ ନାୟକ . କୈଳାଶ ଚନ୍ଦ୍ର ପାତ୍ର , ନୀଳାଞ୍ଚଳ ପ୍ରଧାନ ଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ !

ରିପୋର୍ଟ – ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here