ନ୍ୟାୟ ଅପେକ୍ଷାରେ ନର୍ମଦା

0
131

 

ବ୍ରହ୍ମପୁର,୧୫/୦୯/୨୦୨୦(ଟୁକୁନା ପ୍ରଧାନ) -: ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ତାଳ ସାକର ଗ୍ରାମରେ ବାସ କରନ୍ତି ବିପ୍ର ଜେନାଙ୍କ ପରିବାର। ବିଗତ ୦୧ .୦୮.୨୦୨୦ ରେ ବିପ୍ରଙ୍କ ପୁଅ ଉଲା କୌଣସି କାମରେ ସାନ୍ଧ୍ୟ ଆଠ ଘଣ୍ଟ ସମୟରେ ଗ୍ରାମରୁ ମୋଟର ସାଇକେଲ ଯୋଗେ ଷୋହଳମେଲି ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ଧଳା ରଙ୍ଗର ବୋଲର ମୁହାଁ ମୁହିଁ ଧକା ଦେଇଥିଲା। ଗୁରୁତର ଅବସ୍ଥାରେ ଆହତ ହୋଇଥିବା ଉଲା ଙ୍କୁ ପ୍ରଥମେ ବୁଗୁଡା ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା ଓ ସେଠାରେ ମୃତ୍ୟୁ ହୋଇଥିଲା। ପରଦିନ ବାପା ବିପ୍ର ଜେନା ବୁଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରୁଛି। ଉଲା ଜେନା ଙ୍କ ସ୍ତ୍ରୀ ନର୍ମଦା ଘଟଣା ଦିନ ବାପା ଘରେ ଥିବାରୁ ଶଶୁର ଘରକୁ ଫେରି ସୁଧ କ୍ରିୟା ସରିବା ପରେ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ କରୁନାହିଁ କିମ୍ବା ବୋଲର ଗାଡିଟି ଜଣେ କ୍ଷମତା ଶାଳୀ ବ୍ୟକ୍ତି ଙ୍କ ର ହୋଇଥିବା ରୁ ଚୁପ୍ ରହିଥିବା ନର୍ମଦା ଅଭିଯୋଗ କରିଛନ୍ତି । ନର୍ମଦାଙ୍କ ଗୋଟିଏ ୩ ବର୍ଷର ଛୁଆ ଥିବା ବେଳେ ସେ ଜଟିଳ ରୋଗରେ ପୀଡିତ । ନ୍ୟାୟ ସକାଶେ ବାରମ୍ବାର ନର୍ମଦା ଦୌଡିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଅଗଷ୍ଟ ୨୮ ରେ ବୁଗୁଡା ଥାନା, ଭଞ୍ଜନଗର ଏସ୍ ଡ଼ି ପିଓ, ଗଂଜାମ ଆରକ୍ଷୀ ଅଧିକ୍ଷକ , ରାଜ୍ୟ ମାନବାଧିକାରୀ, କ୍ରାଇମବ୍ରାଞ୍ଚ ଅଧିକାରୀ ଙ୍କୁ ବୋଲର ଗାଡିର ସମ୍ପୂର୍ଣ୍ଣ ତଥ୍ୟ ସହ ନ୍ୟାୟ ପାଇବା ନିମିତ୍ତ ଡାକ ଯୋଗେ ଅଭିଯୋଗ ପଠାଇଛନ୍ତି।ଏକ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ତଦନ୍ତ କରୁନଥିବା ଏବଂ ଘଟଣା ଭିଆଇ ଥିବା ଡ୍ରାଇଭର ଓ ଗାଡି କୁ ପୋଲିସ ଜବତ କରିବାରେ ବିଫଳ ହୋଇଛି। ନର୍ମଦା ଓ ତାଙ୍କ ବାପା ରାଜ୍ୟ ସରକାର ଙ୍କ ପାଖରେ ଦାବି କରିଛନ୍ତି। ସ୍ୱାମୀ ଙ୍କ ହତ୍ୟାକାରୀଙ୍କୁ ଧରିବା ସହ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯାଉ ବୋଲି ନର୍ମଦା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here