ବାଲିପଡା ଅଞ୍ଚଳରୁ ବାଘ ଚମଡା ଜବତ : ମୋଟର ସାଇକେଲ୍ ଜବତ, ଜଣେ ଗିରଫ

0
125

 

ବ୍ରହ୍ମପୁର,୧୫/୦୯/୨୦୨୦(ବ୍ୟୁରୋ ରିପୋର୍ଟ)ବ୍ରହ୍ମପୁର ବନାଞ୍ଚଳ ବାଲିପଡ଼ା ଅଞ୍ଚଳରୁ ବାଘ ଚମଡା ଜବତ କରିଛି ବନ ବିଭାଗ । ଗୋଟିଏ ମୋଟର ସାଇକେଲ ଜବତ ସହ ଜଣଙ୍କୁ ଗିରଫ କରିଛି ବନବିଭାଗ। ଗିରଫ୍ ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ଥାନା ମଙ୍ଗରାଜପୁର ଗ୍ରାମର ପି .ସୁଶାନ୍ତ ରେଡ୍ଡୀ। ଏନେଇ ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ୍‌ ନାଏକ ସୂଚନା ଦେଇଛନ୍ତି ।

ବ୍ରହ୍ମପୁର ଅଞ୍ଚଳରେ ବାଘ ଚମଡା କାରବାର ଚାଲୁଥିବାର ଖବର ପାଇଥିଲା ବନବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ୍ ବାଲିପଡ଼ା ସ୍ଥଳରେ ଚଢାଉ କରିଥିଲା , ଏବଂ ସେଠାରୁ ବାଘ ଚମଡାକୁ ଜବତ କରିଛି । ତେବେ ଏହା ପଛରେ ଆଉ କାହାର ହାତ ରହିଛି କି ନାହିଁ । କେଉଁଆଡେ ଚାଲାଣ କରୁଥିଲେ ଏ ସବୁର ତଦନ୍ତ ଜାରି ରହିଛି । ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here