ବଦଳୁଛି ସାନଖେମୁଣ୍ଡି ସମୀକରଣ । ଉନ୍ନୟନ ମୂଳକ କାର୍ଯ୍ୟଧାରାରେ ପ୍ରଶାସନିକ ଅଣଦେଖା ନେଇ ପୁଣି ଏକାଠି ହେଲେ ସାନଖେମୁଣ୍ଡି ସମିତି ସଭ୍ୟସମୂହ ।

0
204

ବ୍ରହ୍ମପୁର,୧୯/୦୯/୨୦୨୦ : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇ ପଞ୍ଚାୟତ ସମିତିରେ ଶାସକଦଳ ନିଜର ଆଧିପତ୍ୟ ଜାହିର କରିଅଛି । ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ପଞ୍ଚାୟତ ସମିତିରେ ନିଜ ଦଳର ମହିଳା ବ୍ଲକ ଅଧ୍ୟକ୍ଷା ଥିଲେ ମଧ୍ୟ ସମିତି ବୈଠକର ଅନିୟମିତତା , ନିର୍ବାଚିତ ସମୀତିସଭ୍ୟଙ୍କୁ ସମିତିରେ ଅଣଦେଖା ନେଇ ସମିତି ଗଠନ ଠାରୁ ଅଭିଯୋଗ ହୋଇ ଆସୁଅଛି ।ପଞ୍ଚାୟତ ଅନୁଶାସନରେ ସମିତିସଭ୍ୟଙ୍କ ଭୂମିକାକୁ ନଜର ଅନ୍ଦାଜ କରାଯାଉଥିବା ବହୁବାର ଅଭିଲୋଗ ହେଉଥିଲେ ମଧ୍ୟ ଜନପ୍ରତିନିଧି ଏବଂ ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ବ୍ୟାପକ ସହଭାଗିତା ହେଉନଥିବା କାରଣରୁ ବ୍ଲକ ଅନ୍ତର୍ଗତ ସମିଟିସଭ୍ୟ ଓ ସମିତିସଭ୍ୟା ଏଥିନେଇ ପ୍ରଶାସନ ନିକଟରେ ଅଭିଯୋଗ ଏବଂ କ୍ଷୋଭ ପ୍ରକାଶ ମଧ୍ୟ କରିଛନ୍ତି । ପରନ୍ତୁ ଆସନ୍ତା ପଞ୍ଚାୟତ ନିର୍ବାଚନ ଅବଧି ନିକଟତର ହେଉଥିବା ପ୍ରରିପ୍ରେଖିରେ ସାନଖେମୁଣ୍ଡି ବ୍ଲକର ପ୍ରାୟ ସମିତିସଭ୍ଯ କିଛିଦିନ ହେବ ସେମାନଙ୍କୁ ଅଣଦେଖା କରାଯାଉଥିବା ନେଇ ମିଳିତ ଭାବରେ ବିବୃତି ଦେବା ସହିତ ବିଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ପଞ୍ଚାୟତର ବିକାଶଧାରା ସହ ପ୍ରଶାସନିକ ବ୍ୟବସ୍ଥାରେ ସମିତିସଭ୍ୟଙ୍କୁ ସାମିଲ୍ କରାଇବାକୁ ଦାବୀ ରଖିଛନ୍ତି ।
ଆଜି ଶୁକ୍ରବାର ଟି ଗୋବିନ୍ଦପୁର ପଞ୍ଚାୟତର ଦଶେଇପୁର ସ୍ଥିତ ମା ବେହେରାପାତ୍ର ମନ୍ଦିର ପରିସରରେ ଅନୁଷ୍ଠିତ ମିଳିତ ବୈଠକରେ ସମସ୍ତ ସମିତି ସଭ୍ୟ ବ୍ଲକ୍ ପ୍ରଶାସନ ନିକଟରେ ଛଅ ଦଫା ସମ୍ବଳିତ ଦାବିପତ୍ର ପ୍ରସ୍ତୁତି ସହ ସମୀକ୍ଷା କରିଥିଲେ ।ପଞ୍ଚାୟତ ସ୍ତରରେ ଆବାସ ଯୋଜନା ହିତାଧିକାରୀ ଚୟନପ୍ରକିୟାରେ ବହୁ ଅନିୟମିତତା ଯୋଗୁଁ ପ୍ରକୃତ ହିତାଧିକାରୀ ଚୟନ ପାଇଁ ସମିତି ସଭ୍ୟଙ୍କ ପରାମର୍ଶ , ରାସନ କାର୍ଡ ହିତାଧିକାରୀ ଚୟନରେ ସମିତି ସଭ୍ୟଙ୍କ ମତାମତ , ସାମାଜିକ ସୁରକ୍ଷା ଭତ୍ତା ଧାର୍ଯ୍ୟ ଅଟକଳ ତାଲିକା ଅନୁମୋଦନରେ ସ୍ଵୀକୃତି ,ଏମ୍ ଜି ଏନ୍ ଆର୍ ଜି ଏସ କାର୍ଯ୍ୟ ସମ୍ପାଦନାରେ ସଭ୍ୟଙ୍କ ସ୍ଵୀକୃତ ମତାମତ ,ଗ୍ରମସଭାଦ୍ୱାର ଗୃହୀତ ଆକ୍ସନ ପ୍ଲାନର ନକଲକୁ ସମିତି ସଭ୍ୟଙ୍କ ଅବଗତି ନିମନ୍ତେ ପ୍ରେରଣ ସହିତ ପଞ୍ଚାୟତର ଉନ୍ନୟନ ସମ୍ବନ୍ଧୀୟ ସରକାରୀ ଚିଠିର ନକଲକୁ ସମିତି ସଭ୍ୟଙ୍କ ଅବଗତି ପାଇଁ ପ୍ରେରଣ କରାଯିବାକୁ ଦାବି ରଖାଯାଇଥିଲା ।
ବରିଷ୍ଟ ସଦସ୍ୟ ତଥା ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି ବୈଠକରେ ସମିତି ସଭ୍ୟ ଅମିନ ପ୍ରଧାନ , ଇ ,ମାଧବ ରାଓ ଦୋରା ,ସମିତି ସଭ୍ୟ ପ୍ରତିନିଧି ଯୋଗେନ୍ଦ୍ର ସ୍ବାଇଁ , ପ୍ରଶାନ୍ତ ସ୍ବାଇଁ , ସଭ୍ୟ ରଘୁନାଥ ସାହୁ ,ପ୍ରତାପ ଚନ୍ଦ୍ର ପ୍ରଧାନ ,ତୋଫାନ ସ୍ବାଇଁ , ମାଧବ ସର୍ଦ୍ଦାର , ଏ ରାଜେଶ୍ ଦୋରା , ବାରିକ ଦାସ , ବାଲ୍ମୀକି ପ୍ରଧାନ , ସରୋଜ ସାମନ୍ତରା , ଝିଅନି ନାୟକ ପ୍ରମୁଖ ସମିତି ସଭ୍ୟ ମିଳିତ ଭାବେ ଅଞ୍ଚଳର ବିକାଶ ନେଇ ନିର୍ବାଚିତ ପ୍ରତିନିଧିଙ୍କ ସର୍ବନିମ୍ନ ଅଧିକାର ନେଇ ସ୍ୱର ଉତ୍ତୋଳନ ପାଇଁ ପ୍ରତିଜ୍ଞାବଦ୍ଧ ପୋଷଣ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here