ସେପ୍ଟେମ୍ବର ୨୧ରୁ ଦେଶରେ ଚାଲିବ ୨୦ ଯୋଡା ସ୍ୱତନ୍ତ୍ର କ୍ଲୋନ ଟ୍ରେନ୍, ଉପଲବ୍ଧ ହେବ ବିଭିନ୍ନ ସୁବିଧା

0
133

ନୂଆଦିଲ୍ଲୀ,୧୯/୦୯/୨୦୨୦(ବ୍ୟୁରୋ ରିପୋର୍ଟ) ରେଳବାଇ ସେପ୍ଟେମ୍ବର ୨୧ ତାରିଖରୁ ଦେଶରେ ୨୦ ଯୋଡା କ୍ଲୋନ ଟ୍ରେନ୍‌ ଚଳାଇବେ। କେତେକ ବିଶେଷ ରୁଟରେ ଏହି ସବୁ ଟ୍ରେନ୍‌ ଚଳାଚଳ କରିବାକୁ ଥିବା ବେଳେ ଏବେ ଯାତ୍ରୀଙ୍କୁ କନଫର୍ମ ଟିକେଟ୍‌ ଲାଗି ଆଉ ପୂର୍ବ ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ଜଣାପଡିଛି। ତେବେ ଆସନ୍ତୁ ଜାଣିବା କଣ ଏହି କ୍ଲୋନ ଟ୍ରେନ୍‌।
କୌଣସି ଓରିଜିନାଲ ଟ୍ରେନର ନାମ ଓ ହିସାବରେ ଚଳାଯାଉଥିବା ଟ୍ରେନକୁ କ୍ଲୋନ୍‌ ଟ୍ରେନ୍‌ କୁହାଯାଏ। କୌଣସି ବିଶେଷ ରୁଟରେ ଯାତ୍ରୀଙ୍କ ଚାହିଦାକୁ ଦେଖି ଏପରି ଟ୍ରେନ ଚଳାଯାଏ। ସେହିପରି ଯେଉଁ ମାର୍ଗରେ ଟ୍ରେନର ଅଧିକ ଚାହିଦା ଥାଏ ସେଠାରେ ନୂଆ ଟ୍ରେନ ନ ଚଳାଇ ସେହି ଭଳି ଆଉ ଏକ ଟ୍ରେନ୍‌ ଚଳାଇବା ମଧ୍ୟ କ୍ଲୋନ୍‌ ଟ୍ରେନ କୁହାଯାଏ। ଯାହା ବର୍ଦ୍ଧିତ ଯାତ୍ରୀସଂଖ୍ୟାର ଆବଶ୍ୟକତା ପୂରଣରେ ସହାୟକ ହୁଏ।ଏପରି ଟ୍ରେନରେ ଯାତ୍ରା ମୂଳ ଟ୍ରେନ୍‌ ଅପେକ୍ଷା ଅଧିକ ଆରାମପ୍ରଦ ଓ ସୁବିଧାଜନକ। କାରଣ ଏହା ମୂଳ ଟ୍ରେନ୍ ଅପେକ୍ଷା ଅଧିକ ଦ୍ରୁତଗାମୀ ଓ ମୂଳ ଟ୍ରେନ ଅପେକ୍ଷା ଏହାର ରହଣୀ ସ୍ୱଳ୍ପ। ଏହା ଛଡା ଏହା ସମ୍ପୂର୍ଣ୍ଣ ଥାର୍ଡ ଏସି ଟ୍ରେନ୍‌। ଏପରି ଟ୍ରେନ ଲାଗି ୧୦ ଦିନ ପୂର୍ବରୁ ଆରକ୍ଷଣ ହୁଏ। ମୂଳ ଟ୍ରେନର ଯାତ୍ରା ପୂର୍ବରୁ ଏହା ଗନ୍ତବ୍ୟ ଅଭିମୁଖେ ବାହାରିଯାଏ। ଦେଶରେ ଲକଡାଉନ୍‌ ଉଠିବା ପରଠାରୁ ଅଧିକ ସ୍ପେଶାଲ ଟ୍ରେନ୍‌ ଚଳାଯାଉଛି। ଅନଲକ୍ ପ୍ରକ୍ରିୟାରେ ରେଳବାଇ ପୁଣି ଧିରେ ଧିରେ ସ୍ୱାଭାବିକ ହେଉଥିବା ଦେଖାଯାଉଛି।

LEAVE A REPLY

Please enter your comment!
Please enter your name here