ହିଞ୍ଜିଳିକାଟୁ ପୌରପରିଷଦରେ “ମୋ ଖତ” କାର୍ଯ୍ୟକ୍ରମ ଶୁଭାରମ୍ଭ ।

0
344

ହିଞ୍ଜିଳିକାଟୁ, ୦୩/୧୦/୨୦୨୦:ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ସମ୍ପୂର୍ଣ ବିପଦ ମୁକ୍ତ ହୋଇପାରିନାହିଁ ଜିଲ୍ଲା।୧୫୧ତମ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ହିଞ୍ଜିଳି ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ମୋ ଖତ ଓ କୋଭିଡ୍ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।ମୋ ଖତ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ପୌରଞ୍ଚଳର ବହୁ ଚାଷୀଙ୍କୁ ଜୈବିକ ଖତ କିଟ୍ ପ୍ରଦାନ କରିବା ସହ କୋଭିଡ଼ ମନିଟର, ସ୍ୱଚ୍ଛ ସାଥୀଙ୍କ ସହ ଆଲୋଚନା କରିଥିଲେ।ଲୋକଙ୍କୁ ଅଧିକରୁ ଅଧିକ ସଚେତନା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କ୍ରମେ ଗାନ୍ଧୀଜୟନ୍ତି ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଲୋକଙ୍କୁ କରୋନା ସଚେତନତା କରାଯିବ। ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୋୟ ଭାଉସାହେବ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ତହସିଲଦାର ଜନ୍ମେଜୟ ସାହୁ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର,ମାନସ ରଞ୍ଜନ ଦାଶ କର୍ମଚାରୀ ଆଶ୍ୱିନ ନାୟକ, ଇ. କିଶାନ କୁମାର ପାତ୍ର, ଅଭିରାମ ସାହୁ, ମଙ୍ଗୁଳୁ ମୁନି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ- ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here