କଞ୍ଚଣା ଠାରେ ବାଇକ ଧକ୍କା, ଜଣେ ଗୁରୁତର

0
308

 

ବ୍ରହ୍ମପୁର,୦୫/୧୦/୨୦୨୦ ( ଟୁକୁନା ପ୍ରଧାନ) ରବିବାର ସନ୍ଧ୍ୟା ଆଠଘଣ୍ଟ ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଆସିକା-ଭୁବନେଶ୍ୱର ମୁଖ୍ୟ ରାସ୍ତା କଞ୍ଚଣା ଠାରୁ କୋଦଳା ଆଡକୁ ମାତ୍ର କିଛି ମିଟର ଦୂରରେ ଏକ ବାଇକ୍ ଧକ୍କାରେ ଜଣେ ଗୁରୁତର ଆହତ ହୋଇ ହୋଇ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି l ଗୁରୁତର ଜଣକ ହେଲେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ଗ୍ରାମର ସୁବାସ ସାହୁଙ୍କ ପୁଅ ନରେନ୍ଦ୍ର ସାହୁ, (୩୮) ପ୍ରାପ୍ତ ବିବରଣୀରୁ ପ୍ରକାଶ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଶାଙ୍କୁଡ଼ା ପଞ୍ଚାୟତ ଲଛିପୁର ଗ୍ରାମର ବିଧାନ ଦାସ (୨୩) ଏବଂ ଟିଟୁ ଦାସ,(୧୯) ୟାମା ବାଇକ ଯୋଗେ କୌଣସି କାମରେ କୋଦଳା ଯାଇ ନିଜ ଗ୍ରାମ ଲଛିପୁର ଫେରୁଥିବା ବେଳେ କଞ୍ଚଣା ରାସ୍ତାରେ ନରେନ୍ଦ୍ର ସାହୁଙ୍କୁ ଜୋରରେ ଧକ୍କା ଲାଗିଥିଲା l l ଫଳରେ ନରେନ୍ଦ୍ରଙ୍କ ଉଭୟ ଗୋଡ ଆଣ୍ଠୁ ଠାରୁ ତଳକୁ ଭାଙ୍ଗିଯାଇଛି l ତୁରନ୍ତ ତାଙ୍କୁ କୌଣସି ମତେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ପରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ବାଇକ ଚାଳକ ବିଧାନ ଏବଂ ଟିଟୁକୁ ସାମାନ୍ୟ ଆଘାତ ହୋଇଛନ୍ତି l ଖବରପାଇ କୋଦଳା ଓ ବେଗୁନିଆପଡା ପୁଲିସ ଘଟଣାସ୍ଥଳରେ ପହଂଚି ବାଇକ ଜବତ କରିବା ସହ ଘଟଣାର ଯାଞ୍ଚ କରୁଛନ୍ତି l

LEAVE A REPLY

Please enter your comment!
Please enter your name here