୨୫୬ କେଜି ଭାଙ୍ଗ ସହ ବ୍ୟବହୃତ ଆମ୍ବୁଲାନ୍ସ ଜବତ, ୨ ଗିରଫ ।

0
326

 

ବ୍ରହ୍ମପୁର,୦୫/୧୦/୨୦୨୦( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢା଼ମ୍ବ ଛକ ରେ ରବିବାର ଅପରାହ୍ନ ରେ ଏକ ଗଞ୍ଜେଇ ଭର୍ତ୍ତି ଆମ୍ବୁଲାନ୍ସକୁ ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଫାଣ୍ଡି ରେ କାର୍ଯ୍ୟରତ ପଙ୍କଜ ଗୌଡ଼ ଆମ୍ବୁଲାଏନ୍ସ କୁ ଅଟକାଇ ଗାଡି ସହ ୨ ଜଣଙ୍କୁ ଅଟକ ରଖି ଥାନା କୁ ପଠାଇଥିଲେ । ଅବକାରୀ ବିଭାଗ ର ତଦନ୍ତ ପରେ ଜଣା ଯାଇଛି ଯେ ଗାଡ଼ିରେ ୨୫୬ କେଜି ଭାଙ୍ଗ ଦିଗପହଣ୍ଡି ରୁ ପୁରୀ ଯାଉଥିଲା । ଭାଙ୍ଗ ନେଉଥିବା ମାଲିକ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିବା ଯୋଗୁଁ, ବେଆଇନ ଭାଙ୍ଗ ଚାଲାଣ ଅଭିଯୋଗରେ ଥାନା କେଶ୍ ନଂ ୨୭୭/୨୦, ଓଡିଶା ଅବକାରୀ ଧାରା ୫୨ ପ୍ରକାରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳ ର ସୁନୀଲ ମିଶ୍ର ଓ କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମର ଗୋପାଳ କରଣ କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ବ୍ୟବହୃତ ଆମ୍ବୁଲାନ୍ସ ଓ ଆର୍ ୦୨ ବି ପି ୫୩୦୦ କୁ ଜବତ କରାଯାଇଥିବା ଥାନା ଅଧିକାରୀ ପ୍ରଭାତ ସାହୁ ବିବୃତି ରେ ଜଣାଇଛନ୍ତି । ଆମ୍ବୁଲାନ୍ସ ଟି କବିସୂର୍ଯ୍ୟନଗର ସରକାରୀ ଡାକ୍ତର ଖାନା ରେ ଭଡା ସୂତ୍ର ରେ ଲାଗିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here