ବ୍ରହ୍ମପୁର: ରାଜ୍ୟ ପରିବହନ ନିଗମ ଓ ଏସ ଆର ଟି ସି ର ନବକଳେବର ପାଇଁ ପ୍ରସ୍ତୁତି ଆରମ୍ଭ

0
170

ବ୍ରହ୍ମପୁର,୦୯/୧୦/୨୦୨୦:ଓଡ଼ିଶା ରାଜ୍ୟ ପରିବହନ ନିଗମ ଓ ଏସ ଆର ଟି ସି ନବକଳେବର ପାଇଁ ପ୍ରସ୍ତୁତି ଆରମ୍ଭ ପରିବହନ ନିଗମ ର ଭୁବନେଶ୍ୱର ରୁ ୩ ଜଣିଅା କମିଟି ଡିଟିଏମ ପି .କେ.ହୋତା ଙ୍କ ସମେତ ଅନ୍ୟ ୨ଜଣ ଉଚ୍ଚପଦସ୍ଥ ଅଧିକାରୀ ଙ୍କ ବ୍ରହ୍ମପୁର ରେ ଥିବା ଓ ଆର ଏସ ଟି ସି ଜୋନ ପରିଦର୍ଶନରେ ଆସି ଓ ଆର ଏସ ଟି ସି ବସ୍ ରହିବା ସ୍ଥାନ ବା ଗ୍ୟାରଜ ସହ ପୁରୁଣା ବସଷ୍ଟାଣ୍ଡ ରେ ଥିବା ଟିକେଟ ବିକ୍ରି କେନ୍ଦ୍ର ଏବଂ ନୂଆ ବସଷ୍ଟାଣ୍ଡ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଘରେଇ କମ୍ପାନୀ ସହ ବୁଝାମଣା କରାଯାଇଥିବା ନେଇ କିଛିମାତ୍ରାରେ ସଂକେତ ଦେଇଥିବା ଜଣାପଡ଼ିଛି lବର୍ତ୍ତମାନ ବ୍ରହ୍ମପୁର ଜୋନ ରେ ୭ ଟି ବସ ଏବଂ ଏହି ଜୋନ ଅଧୀନରେ ଥିବା ଭଞ୍ଜନଗର ଜୋନ ରେ ଅନ୍ୟ ୮ ଟି ବସ ଚାଲୁଥିବା ନେଇ ସୂଚନା ମିଳିଛି l ଏହି ଗାଡି ଗୁଡିକ ଗତ ୨୦୧୯ ମସିହା ପର୍ଯ୍ୟନ୍ତ ଲିଜ୍ ସୂତ୍ର ରେ ଦେଇ ରାଜସ୍ୱ ଆଦାୟ କରାଯାଉଥିଲା । ବର୍ତ୍ତମାନ ପରିବହନ ନିଗମ ଲୋକଙ୍କୁ ଅଧିକା ସୁବିଧା ଯୋଗାଇ ଦେବାପାଇଁ ନିଜ ଅଧୀନକୁ ନେଇଥିବା ଜଣାପଡିଛି l ଏହା ସହ ବ୍ରହ୍ମପୁର ଜୋନ ରେ କର୍ମଚାରୀ ଅଭାବ ରହିଥିବା ବେଳେ
ରାଜସ୍ୱ ଆଦାୟ ରେ ୧ ନମ୍ବର ରହିଛି ଏହା ସହିତ ଦୋକାନ ଘର ଏବଂ ଘର ଭଡା ସୂତ୍ରରୁ କିଛି ଟଙ୍କା ଆଦାୟ ହେଉଥିବା ବେଳେ ଭଡା ନେଇଥିବା ଦୋକାନ ମାଲିକ ଲକ୍ଷାଧିକ ଟଙ୍କା ବାକି ରହିଥିବା ଲିଖିତ ଭାବେ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଓ ଏସ ଆର ଟି ସି କୁ ଘରୋଇକରଣ ହେବା ଦ୍ୱାରା ଲକ୍ଷାଧିକ ଟଙ୍କା ରାଜସ୍ୱ କ୍ଷତି ହେବା ସହ ସରକାର ଙ୍କ ଅଧୀନରେ ରହିବନାହିଁ ବୋଲି କିଛି ପୂର୍ବତନ କର୍ମଚାରୀ ମତ ବ୍ୟକ୍ତ କରିଛନ୍ତି l

LEAVE A REPLY

Please enter your comment!
Please enter your name here