ଜାତୀୟ ରାଜପଥରେ ଦୁର୍ଘଟଣା ଦୁଇଜଣ ଗୁରୁତର

0
325

ନୟାଗଡ଼,୧୦/୧୦/୨୦୨୦:ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥ ରଣପୁର ବ୍ଲକ ଅଧୀନ ବିନୋଦପଡ଼ା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି l ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି l ସେମାନେ ହେଲେ ଆଲୋକ ବେହେରା ଏବଂ ଧର୍ମେନ୍ଦ୍ର ଜେନା l ଆଲୋକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାଦୁଅପଡ଼ା ହୋଇଥିବା ବେଳେ ଧର୍ମେନ୍ଦ୍ରଙ୍କର ଜରିପଡ଼ା କୃଷ୍ଣପୁର ସାହିରେ l ଧର୍ମେନ୍ଦ୍ର ଜେନା ଗୁରୁତର ଭାବେ ଆହତ ହୋଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି l ଆଲୋକଙ୍କୁ ପ୍ରାଥମିକ ଭାବେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି l ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର କ୍ୟାପିଟାଲକୁ ସ୍ଥାନାନ୍ତର କରାଯାଇଛି l ଉଭୟ ନୟାଗଡ଼ ଜିଲ୍ଲା ରାଜସୁନାଖଳାରୁ ପିଚୁକୁଳି ଅଭିମୁଖେ ଯାଉଥିବା ବେଳେ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିବା କାରଟି ସମ୍ମୁଖରୁ ଧକ୍କା ଦେଇ ଚାଲିଯାଇଛି l

ରିପୋର୍ଟ: ରବିନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here