ଟିମ କ୍ଲିନ ସିଟି ସଂଗଠନ ର “ମହାପୁରୁଷ ଉଦ୍ଧାର ଅଭିଯାନ’, ପରିତ୍ୟକ୍ତ ସ୍ଥାନରୁ ଉତ୍କଳମଣୀଙ୍କୁ ଉଦ୍ଧାର କଲା ଟିମ କ୍ଲିନ ସିଟି। ସମ୍ବର୍ଦ୍ଧିତ ହେଲେ ୩ କରୋନା ଯୋଦ୍ଧା।

0
337

 

ବ୍ରହ୍ମପୁର,୧୧/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ଦକ୍ଷିଣ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତ ସଫେଇ ଓ ଉଦ୍ଧାର ଅଭିଯାନ ଜାରି ରହିଛି। ଅଭିଯାନର 6ଷ୍ଠ ସପ୍ତାହରେ ଆଜି ପ୍ରେମନଗର ମୁଖ୍ୟ ରାସ୍ତା ପାର୍ଶ୍ଵରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଠାବ କରିଛି ଟିମ କ୍ଲିନ ସିଟି ସଂଗଠନ। ନିକଟରେ ଉତ୍କଳମଣୀଙ୍କ ଜୟନ୍ତୀ ପାଳନ ହୋଇଥିଲେ ହେଁ ଏହି ପ୍ରତିମୂର୍ତ୍ତ ଉପରେ କାହାର ନଜର ପଡିନଥିଲା। ନାଳ କଡରେ ଥିବା ଗୋପବନ୍ଧୁଙ୍କ ଏହି ପ୍ରତିମୂର୍ତ୍ତିକୁ ତଥା ପରିସରକୁ ସଫା କରାଯାଇଥିଲା। ପରେ ସଂଗଠନ ପକ୍ଷରୁ ଉତ୍କଳମଣୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମହାପୁରୁଷଙ୍କ ସ୍ମୃତିଚାରଣ କରାଯାଇଥିଲା। ସୁରେଶ ପାଢ଼ୀ, ସୁର୍ଯ୍ୟ ନାରାୟଣ ସୁବୁଦ୍ଧି, ଅସିତ ପଣ୍ଡା ଓ ସନ୍ତୋଷ ପାତ୍ର ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେଟିମର ବହୁ ସଦସ୍ୟ ଯୋଗ ଦେଇଥିଲେ। ପରେ ଟିମ ପକ୍ଷରୁ ୩ଜଣ କରୋନା ଯୋଦ୍ଧାଙ୍କୁ ସହରର ୩ଟି ସ୍ଥାନରେ ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଆଜି ଟିମ କ୍ଲିନ ସିଟି ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବା ୩ଜଣ କରୋନାଯୋଦ୍ଧା ହେଲେ ଡାକ୍ତର ରାମହରି ଖଣ୍ଡୁଆଳ, ବ୍ରହ୍ମପୁର ମହାନଗର ନିଗମର ୧୪ ନମ୍ବର ୱାର୍ଡ ଓ ୩ନମ୍ବର ୱାର୍ଡର ସଫେଇ କର୍ମଚାରୀ ଯଥାକ୍ରମେ ସୁଦର୍ଶନ ଚିନ୍ନା ଓ ଜିତେନ୍ଦ୍ର ମୁଖୀ। ଆସନ୍ତା କାଲି ସକାଳ ସାଢେ ୧୦ଟା ସମୟରେ ବ୍ରହ୍ମପୁର ସହରର ଶୋଭାବର୍ଦ୍ଧନ କରୁଥିବା ମହାପୁରୁଷଙ୍କ ପ୍ରତିମୂର୍ତିର ସୁରକ୍ଷା ଓ ଅନ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଟିମର ସଦସ୍ୟମାନେ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କ ସହିତ ଆଲୋଚନା କରିବା ସହ ସ୍ମାରକପତ୍ର ପ୍ରଦାନ କରିବାକୁ ସ୍ଥିର ହୋଇଛି।

LEAVE A REPLY

Please enter your comment!
Please enter your name here