କୁକୁଡ଼ାଖଣ୍ଡି ବ୍ଲକରେ ୭ମ ସମିତି ବୈଠକ, ତହସିଲଦାରଙ୍କୁ ଘେରିଲେ ଜନ ପ୍ରତିନିଧି ।

0
144

କୁକୁଡାଖଣ୍ଡି ,୧୪/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ସ୍ଥାନୀୟ ବ୍ଲକର ସପ୍ତମ ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭା ସମିତି ଗୃହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର,ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ତହସିଲଦାର ଇପ୍ସିତା ମିଶ୍ର,ଏଇ ସୁଜିତ କୁମାର ତହଲ , ବିଇଓ ଏସ.ଗିରିଧାରୀ,ଏବିଡିଓ ବିଜୟ କୁମାର ପ୍ରଧାନ, ଯୋଗାଣ ଅଧିକାରୀ ଜି. ପ୍ରଶାନ୍ତ କୁମାର ରାଓ ,ଜିପିଓ କାନୂ ଚରଣ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। କରୋନା ମହାମାରୀ ସଂକ୍ରମଣ ପାଇଁ ଏହି ବୈଠକ ହୋଇନପାରି ସ୍ଥଗିତ ରହିଥିଲା ।କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଜନପ୍ରତିନିଧିଙ୍କ ଉପସ୍ଥିତ ରେ ସାମାଜିକ ଦୂରତ୍ୱ ରକ୍ଷା କରି ଏହି ବୈଠକ ସହ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା କରୋନା ଯୋଦ୍ଧାଙ୍କ ସମେତ ପୂର୍ବତନ ରାଷ୍ଟ୍ରପତି ଡ଼ଃ ପ୍ରଣବ ମୁଖାର୍ଜୀଙ୍କ ଅବସରରେ ୨ମିନଟ ନିରବ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କ ନିମନ୍ତେ ଶୋକ ପ୍ରକାଶ କରିଥିଲେ।ଏହି ବୈଠକରେ ବିଭିନ୍ନ ମୌଳିକ ସମସ୍ୟା ଲୋକଙ୍କ ପାଖରେ ପହଞ୍ଚୁନଥିବା ନେଇ କିଛି ପଞ୍ଚାୟତ ପ୍ରତିନିଧି ଅଭିଯୋଗ କରିଥିବା ବେଳେ ହୁଗୁଳାପଟା ସରପଞ୍ଚ ପ୍ରଦୀପ ମଲ୍ଲଣl ଉକ୍ତ ବୈଠକ ଗୃହରେ କୁକୁଡ଼ାଖଣ୍ଡି ତହସିଲଦାର ଇପ୍ସିତା ମିଶ୍ରଙ୍କୁ ଭୁମିହୀନ ମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗାଈ ଦିୟାଯାଉଥିବା ମୋ କୁଡ଼ିଆ, ଇନ୍ଦିରା ଆବାସ ,ଆବାସ ଯୋଜନା,ଅଙ୍ଗନବାଡି ଗୃହ ନିମନ୍ତେ ସରକାରଙ୍କ ମାଗଣା ଜମି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।ତତ୍ ସଙ୍ଗେ ସରକାରୀ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ମରମ,ମେଟାଲ,ବାଲି ଏବଂ ପଥର ସକାଶେ ରୟାଲଟି କଟାଯିବା ସତ୍ତ୍ୱେ ସ୍ଥାନୀୟ ତହସିଲଦାରଙ୍କ ଧରପଗଡ଼କୁ ବାଘଲଟି ସରପଞ୍ଚ ସାରଥୀ ଗୌଡ଼ ଓ ହୁଗୁଳାପଟା ସରପଞ୍ଚ ପ୍ରଦୀପ ମଲଣା ଘୋର ବିରୋଧ କରି ତହସିଲଦାରଙଙ୍କୁ ବାରମ୍ବାର ପ୍ରଶ୍ନ ପଚାରିଥିଲେ lଏହି ପ୍ରଶ୍ନ ଫଳରେ ତହସିଲଦାର ମେଡମ କିଛି ଉତ୍ତର ଦେବା ସହ ବିରକ୍ତ ମନଭାଵ ପ୍ରକାଶ କରି ନିଜ ସିଟ୍ ରୁ ଉଠିପଡ଼ି ଗୃହ ବାହାରକୁ ଚାଲିଯାଇଥିଲେ ।ଏବଂ ଯିବା ସମୟରେ ସମସ୍ତ ଜନ ପ୍ରତିନିଧିଙ୍କୁ ଉଧେଷ୍ୟ ମୂଳକ ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ବ୍ଲକ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବି ଏବଂ ମୋର କେହି କିଛି କରିପାରିବେ ନାହିଁ ବୋଲି ହଟାତ ଚାଲିଯାଇଥିଲେ ।ତହସିଲଦାରଙ୍କ ଏଭଳି ବ୍ୟବହାରକୁ ଉପସ୍ଥିତ ସମସ୍ତ ଜନପ୍ରତିନିଧି ଛି ଛି କରିଥିଲେ ଏବଂ ତହସିଲଦାରଙ୍କ ବିରୋଧରେ ହୋ-ହଲ୍ଲା କରିଥିଲେ।ଏହା ପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ବେଳେ ଏମଜିଏନଆରଜିଏସ ,ମୋ କୁଡ଼ିଆ, ଆବାସ ଯୋଜନା,ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ଉପରେ ଉପସ୍ଥିତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିବା ସହ କେଉଁ ପ୍ରକଳ୍ପ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ସେ ସମ୍ପର୍କରେ ଆଲୋଚନା କରିଥିଲେ ବ୍ଳକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ତହଲ l ଏହି ସମିତି ବୈଠକରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଟି. ରଘୁ ପ୍ରସାଦ ପାତ୍ର,ସ୍ଥାନୀୟ ବିଧାୟକ ପ୍ରତିନିଧି ହିମାଂଶୁ ପାଢ଼ୀ,ଗୋପାଳପୁର ବିଧାୟକ ପ୍ରତିନିଧି ଦିଲ୍ଲୀପ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ,ନିରୂପମା ପାତ୍ରଙ୍କ ସମେତ ସରପଞ୍ଚ ବିଷ୍ଣୁପ୍ରିୟା ପାତ୍ର,ମିନତି ବେହେରା,ଟି. ମିନତୀ ପାତ୍ର, ହାଡୁବନ୍ଧୁ ବେହେରା,ପ୍ରଶାନ୍ତ କୁମାର ସ୍ବାଇଁ,ବସନ୍ତ ସାହୁ, ସଜନୀ ମହାରଣା,ରାଧାରାଣି ଜେନା, ଉଷା ଦାସ, ସସ୍ମିତା କୁମାରୀ ପଣ୍ଡା,ଏ.ଚେନ୍ନେୟା,ସୀତା ରାଉଳ, ସିତାରାମ ସାହୁ,ନରସିଂହ ସାହୁ,ଏମ୍.ବିସିକେଶନ,ନିରଞ୍ଜନ ମହାନ୍ତି,ଲକ୍ଷ୍ମୀ ସ୍ୱାଇଁ,ବନିତା କୁମାରୀ ଗୌଡ, ପିଙ୍କି ଦାସ,ମୀରା ସାହୁ,ରମେଶଚନ୍ଦ୍ର ସ୍ୱାଇଁଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ l ପରିଶେଷରେ ଏବିଡିଓ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ lପରିଶେଷରେ ସମସ୍ତ ଜନପ୍ରତିନିଧି ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here