ଲଗାଣବର୍ଷା ଯୋଗୁଁ ଶେରଗଡ ବ୍ଲକ ରେ ବ୍ଯାପକ ଫସଲ କ୍ଷତି।

0
156

ଶେରଗଡ,୧୪/୧୦/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ଗତ ରବିବାର ଠାରୁ ୪ଦିନ ଧରି ଲଗାଣ ବର୍ଷା ଯୋଗୁଁ ଶେରଗଡ ବ୍ଲକ ରେ ବ୍ଯାପକ ଫସଲ କ୍ଷତି ଘଟିଥିବା ଜଣାପଡ଼ିଛି ।ବ୍ଲକ ର ସମସ୍ତ ନଈନାଳରେ ବନ୍ୟା ଜଳ ପ୍ରବାହିତ ହୋଇ ବିଲବାଡି ଫସଲ କ୍ଷେତରେ ବନ୍ଯାଜଳ ପ୍ଳାବିତ ହେଉଛି।ଫଳରେ ଶହଶହ ଏକର ଧାନଫସଲ ଓ ଅର୍ଥକାରୀ ଫସଲ ପରିବାପତ୍ର ନଷ୍ଟ ହୋଇ ଚାଷୀ ଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି।ତୁରନ୍ତ ଶେରଗଡ ବିଡିଓ, ତହସିଲଦାର ଓ ଜିଲ୍ଲା କୃଷିବିଭାଗ ଉଚ୍ଚକତ୍ତୃପକ୍ଷ ଘଟଣା ପରିଦର୍ଶନ କରି ସରକାରୀ ସହାୟତା ପ୍ରଦାନ କରିବାକୁ ଚାଷୀ ମହଲରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here